ନୂଆଦିଳ୍ଲୀ(ଏଟିଆର ବ୍ୟୁରୋ):ଦେଶରେ କରୋନା ଟୀକା କରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । କିଛି ଲୋକଙ୍କର କରୋନା ଟିକା ଉପରେ ସନ୍ଦେହ ରହିଥିବା ବେଳେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ନେତାମାନେ ଦ୍ୱିତୀୟ ପର୍ଯ୍ୟାୟରେ କରେନା ଟୀକା ନେବେ ବୋଲି ଜଣାପଡିଛି ।
ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷ ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟୀକା ମିଳିବ । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବୟସ ୫୦ ରୁ ଅଧିକ ହୋଇଥିବାରୁ ସେମାନେ ଏହି ଟୀକା ନେବେ ।ତେବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କେବେ ଟୀକା ନେବେ ତାହା କୈାଣସି ସ୍ପଷ୍ଟ ହୋଇ ନାହିଁ ।
ପ୍ରଥମ ପର୍ଯ୍ୟାୟରେ ୭ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୭ କୋଟି ଲୋକ ଟୀକା ନେବେ ବୋଲି ଜଣାପଡିଛି ।ଦ୍ୱିତୀୟ ପର୍ଯ୍ୟାୟ ଟୀକା କରଣ କେବେଠୁ ଆରମ୍ଭ ହେବ ସେ ନେଇ କୈାଣସି ଘୋଷଣା କରାଯାଇ ନାହିଁ । କରୋନା ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଏଥିରେ କୈାଣସି ସନ୍ଦେୟ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।