ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଆସିବା ନେଇ ଆରମ୍ଭ ହୋଇଛି ପ୍ରିପ୍ଲାନିଂ । କେଉଁଠି ଯେପରି କୌଣସି ସମସ୍ୟା ନରହେ ସେନେଇ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ(ଏସପିଜି) ଆଇଜି ପୁଲିସ କମିଶନରଙ୍କ ସହ ଆଜି ଆଲୋଚନା କରିଛନ୍ତି । ଖାସ କରି ସୁରକ୍ଷା ଓ ରୁଟ ଚାଟ ଉପରେ ଅଧିକ ନଜର ରଖାଯାଇଛି ।
ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପହଞ୍ଚିବାଠୁ ନେଇ ସଭାସ୍ଥଳ ଯାଏଁ ପୂରା ଘଟଣା ଉପରେ ନଜର ରହିବ ବୋଲି ସୂଚନା ମିଳିଛି । ସେପଟେ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଭୁବନେଶ୍ୱର ଡିସିପିଙ୍କୁ ଦିଆଯାଇଛି । ତାଙ୍କ ତତ୍ତ୍ୱାବଧାନରେ ଟିମ ପ୍ରତିଟି ଘଟଣା ଉପରେ ନଜର ରଖିବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ମୋଟ ୩୦ପ୍ଲାଟୁନ୍ ଫୋର୍ସ ସମେତ ବଛାବଛା ୧୫୦ ଅଫିସର ନିୟୋଜିତ ହେବା ଜଣାପଡିଛି । ସୂଚନାଯୋଗ୍ୟ, ଆସନ୍ତା ୨୪ତାରିଖ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ