ବୌଦ୍ଧ (ଏଟିଆର ବ୍ୟୁରୋ ) : ଆଖି ବୁଜିଲେ ଆଜୀବନ କଏଦୀ । ଡବଲ ମର୍ଡର କେସରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଜଣେ ବୃଦ୍ଧଙ୍କ ମୃତ୍ୟ ହୋଇଛି । ମୃତ କଏଦୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଗୋଧନେଶ୍ୱରର କାମପାଳ ଖମାରୀ ।
ସେ ଏକ ଡବଲ ମର୍ଡର କେସରେ ଫାଶୀଦଣ୍ଡ ପାଇଥିଲେ । ତେବେ ସୁପ୍ରିମକୋର୍ଟ ତାଙ୍କ ଏହି ଫାଶୀଦଣ୍ଡରୁ ଆଜୀବନ କାରାଦଣ୍ଡକୁ କୋହଳ କରିଥିଲେ । ବୌଦ୍ଧ ସବ ଜେଲରେ ବିଚରାଧୀନ ଥିବା ବେଳେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ତାଙ୍କ ଶରୀର ଅସୁସ୍ଥ ରହୁଥିଲା । ପୂର୍ବରୁ ସମ୍ବଲପୁର ଓ ବୁର୍ଲା ମେଡିକାଲରେ ଚିକିତ୍ସା ମଧ୍ୟ କରାଯାଇଥିବା ସୂଚନା ମିଳିଛି । ତେବେ ଆଜି ତାଙ୍କ ଦେହ ଅଧିକ ଖରାପ ହୋଇଯିବା କାରଣରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ୮୪ବର୍ଷ ବୟସରରେ କାମପାଳଙ୍କର ମୃତ୍ୟୁ ହୋଇଛି ।