କରଞ୍ଜିଆ ( ଏଟିଆର ବ୍ୟୁରୋ) : ଜେଲରୁ ଖସି ଗଲେ ଭଗବାନ ନାମଙ୍କ ଜଣେ କଏଦୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଗତ ୧୬ ତାରିଖରୁ ସମସ୍ତଙ୍କ ଆଖିରେ ଧୂଳି ଦେଇ ଜେଲରୁ ଖସି ଚମ୍ପଟ ମାରିଛି । ଫେରାର୍ ହୋଇଯାଇଥିବା କଏଦୀଙ୍କ ନାଁ ଭଗବାନ ଟୁଡୁ ବୋଲି ସୂଚନା ମିଳିଛି । ତାଙ୍କ ବୟସ ୫୦ ବର୍ଷ ସେ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଚାତାରସାହିର ବାସିନ୍ଦା ।
୨୦୧୨ ମସିହାର ଏକ ହତ୍ୟା ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ତାଙ୍କୁ ଦଣ୍ଡବିଧାନ କରିଥିଲେ । ୨୦୧୨ ମସିହାରେ ସେ ଯାଜପୁର ଜେଲ ଓ ପରେ ୨୦୧୭ ମସିହାରେ କରଞ୍ଜିଆ ଜେଲକୁ ପଠା ଯାଇଥିଲା । ସୂଚନା ଅନୂସାରେ କଏଦୀ ଭଗବାନ ଗତ ୧୬ ତାରିଖରେ ବଗିଚାରେ କାମ କରୁଥିବା ବେଳେ ଜେଲରୁ କସି ପଳାଇଛନ୍ତି । କାମ କରୁଥିବା ବେଳେ ଜେଲ ଅଧିକ୍ଷକଙ୍କୁ ସେ ଚକମା ଦେଖାଇ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି ।
ଜେଲ ଅଧିକ୍ଷକ କୌଣସି କାମ ପାଇଁ ଗଲା ବେଳେ ଭଗବାନଙ୍କୁ ବଗିଚାରେ ଏକା ଛାଡି ଚାଲି ଯାଇଥିଲେ । ଏହାର ସୁଯୋଗ ନେଇ ଜେଲରୁ ଖସି ଯିବାକୁ ସକ୍ଷମ ହୋଇଥିଲା । ଜେଲରୁ ସେ ଖସି ଯିବା ପରେ ଉପରିସ୍ଥ ଅଧିକାରୀ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ସେ କେମିତି ଜେଲରୁ ଖସିଲା ସେ ନେଇ ତର୍ଜମା ଚାଲିଛି । ସେ ଲୁଚିକି ଯାଇଛି ନାଁ ତା ଖସିବାରେ ଆଉ କାହାର ହାତ ରହିଛି ସେ ନେଇ ଖୋଳ ତାଡ ଆରମ୍ଭ ହୋଇଛି ।