ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦ କରି ୧୦ ଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଦେଶରେ ଥିବା ବିଭିନ୍ନ କୃଷକ ସଂଗଠନ ସମର୍ଥନ ଦେଇଛନ୍ତି । ତେବେ କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରିବ ବୋଲି ଜଣାପଡିଛି । ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କି ସହ ବିଭିନ୍ନ ସେବା ପ୍ରଭାବିତ ହେବ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଘରୋଇ ବସ ଚଳାଚଳ ବନ୍ଦ ରହିବ ।
ଭାରତ ବନ୍ଦ କାରଣରୁ ବସ ମାଲିକ ମାନେ ଏଭଳି ନିଷ୍ପତି ନେଇଛନ୍ତି । ସେହି ଭଳି ଓଡିଶାରେ ମଧ୍ୟ ଭାରତ ବନ୍ଦକୁ ସଫଳ କରିବା ପାଇଁ, ୧୨ ଦଫା ଦାବି ନେଇ ଧର୍ମଘଟ ଡାକାର ଦେଇଛି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନରେ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛି ଏହି ମଞ୍ଚ ।