ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଜନ ହିଁ ଶରୀର ଉପରେ ଗମ୍ଭୀର ପ୍ରଭାବ ପକାଇ ଥାଏ । କେବଳ ଓଜନ ବୃଦ୍ଧି ବ୍ୟକ୍ତି ପାଇଁ ସମସ୍ୟା ହୋଇନଥାଏ, ବରଂ କମ୍ ଓଜନ ଦ୍ୱାରା ବି ସ୍ୱାସ୍ଥ୍ୟ ଉପରେ ଦୁଷ୍ପ୍ରଭାବ ପଡିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ସୁସ୍ଥ ଶରୀର ପାଇଁ କେତେ ଓଜନ ରହିବା ଆବଶ୍ୟକ । ଏହାସହିତ ପୁରୁଷଙ୍କ ଅଣ୍ଟା ୪୦ ଇଞ୍ଚି ଏବଂ ମହିଳାଙ୍କ ଅଣ୍ଟା ୩୫ ଇଞ୍ଚି ରୁ ଅଧିକ ହେବା ଦ୍ୱାରା ମଧୁମେୟ, ଉଚ୍ଚ ରକ୍ତଚାପ ଏବଂ ହୃତ ଜନିତ ସମସ୍ୟାରେ ପଡି ପାରନ୍ତି । ସେଥିପାଇଁ ଶରୀରର ସଠିକ୍ ଓଜନ ଜାଣିବା ନିହାତି ଆବଶ୍ୟକ । ଓଜନ ଜାଣିବାର ସଠିକ୍ ଉପାୟ ହେଉଛି ବଡି ମାସ୍ ଇଣ୍ଡେକ୍ସ(ବିଏମଆଇ) । ଯାହା ମୋଟାପଣକୁ ମାପିଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଚେକ୍ କରିବେ ।
ଯଦି ଆପଣଙ୍କ ଓଜନ ୮୦ କିଲୋଗ୍ରାମ ଏବଂ ଲମ୍ବା ୫.୫ ଫୁଟ୍ ମାନେ ୧.୭୦ ମିଟର ହୋଇଥାଏ ।ତେବେ..
BMI= ୮୦ kg /(୧.୭୦ * ୧.୭୦)=୨୭
BMI ଯଦି ୧୮ ରୁ କମ୍ ହୁଏ ତେବେ ଏହାର ଅର୍ଥ ଓଜନ ସାମାନ୍ୟ ଠାରୁ କମ୍ ଅଛି ।
BMI ଯଦି ୧୮.୫ରୁ ୨୪.୯ ମଧ୍ୟରେ ରୁହେ ଏହାର ଅର୍ଥ ଓଜନ ସାମାନ୍ୟ ଅଛି ।
BMI ଯଦି ୨୫ ରୁ ୨୯ ମଧ୍ୟରେ ରୁହେ ତେବେ ଆପଣଙ୍କ ଓଜନ ଅଧିକ ଅଛି ସେଥିପାଇଁ ଓଜନ ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ଏହି ସ୍ଥିତିରେ ଶରୀରରେ ଅଧିକ ଝାଳ ବାହାରିବା ସହ ବହୁତ ଶୀଘ୍ର ଥକି ଯିବା ଏବଂ ଲିଭର ସମସ୍ୟା ଆଦି ଦେଖାଦେଇଥାଏ ।
BMI ଯଦି ୨୯.୯ ରୁ ଅଧିକ ରୁହେ ତେବେ ଏହାର ଅର୍ଥ ମୋଟାପଣର ଶିକାର ହୋଇଛନ୍ତି ଆପଣ ଏବଂ ଆପଣଙ୍କୁ ନିଜର ଫିଟନେସ୍ ପ୍ରତି ଧ୍ୟାନ ଦେବା ଉଚିତ୍ । ନଚେତ୍ ହୃଦରୋଗ, ମଧୁମେୟ ଏବଂ କର୍କଟ ଭଳି ଗମ୍ଭୀର ସମସ୍ୟାରେ ପଡିପାରନ୍ତି ।