ସମ୍ବଲପୁର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଡ୍ରଗ୍ସ କାରବାର ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛି । ଡ୍ରଗ୍ସ ବେପାରି ଓ ମଦ ମାଫିଆ ମାନେ ରାଜ୍ୟ ବାହାରୁ ଡ୍ରଗ୍ସ ଆଣି ରାଜ୍ୟରେ ଚୋରା ଚାଲଣ କରୁଛନ୍ତି । ଯାହା ଫଳରେ ଯୁବ ପିଢୀ ମାନେ ପଥଭ୍ରଷ୍ଟ ହେଉଛନ୍ତି । ଏହି କାରବାରରେ ସାମିଳି ଥିବା ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଯାଉଛି ପୋଲିସ । ଆଜି ପୋଲିସ ଡିଜି ଅଭୟ ଦିନିକିଆ ସମ୍ବଲପୁର ଗସ୍ତ କରିଛନ୍ତି । ସେଠାରେ ଡଗ୍ସ ଭଳି ବିଭିନ୍ନ ନିଶା କାରବାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।
ଏହି ବୈଠକରେ ଡିଜି ଅଭୟ ଡ୍ରଗ୍ସ କାରାବାରରେ ଯଡିତ ଥିବା ଅପରାଧୀ ମାନଙ୍କର ସମ୍ପତି ବାଜ୍ୟପ୍ତି ନେଇ ଆଲୋଚନା କରିଛନ୍ତି । କେଉଁ ପରିସ୍ଥି ଏବଂ କିଭଳି ଭାବେ ସମ୍ପତି ବାଜ୍ୟାପ୍ତି କରାଯିବ ସେନେଇ ସମୀକ୍ଷା କରୁଛନ୍ତି ଖୋଦ ପୋଲିସ ଡିଜି ଅଭୟ । ରାଜ୍ୟବାହାର ଡ୍ରଗ୍ସ ମାଫିଆ ଓ ସାଇବର କ୍ରାଇମ ରୋକିବା ଦିଗରେ ଗୁରୁତ୍ୱ ଦେଇଛନ୍ତି ଡିଜି ଅଭୟ । ବୈଠକ ପରେ ଡିଜି ଚିପିଲିମାର ବସନ୍ତପୁରସ୍ଥିତ ପୁଲିସ୍ ଟ୍ରେନି ଇନଷ୍ଟିଚ୍ୟୁରେ ସମୀକ୍ଷା କରିବା ସହ ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟଳୟରେ ପୁଲିସ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।