ବଲାଙ୍ଗିର ,(ଏଟିଆର ବ୍ୟୁରୋ): ପାଟଣାଗଡ ପାର୍ସଲ ବୋମା ବିଷ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଆଉ କାରନାମା ସାମ୍ନାକୁ ଆସିଛି । ସେ ଆଉ ବଲାଙ୍ଗିର ଜେଲରେ ରହିବାକୁ ଚାହୁଁନାହିଁ । ସେଥିପାଇଁ ସେ ସବୁବେଳେ ଖସିଯିବାକୁ ଚେଷ୍ଟା କରୁଛି । ଖାସ ଏଥିପାଇଁ କେତେକ ଡକାୟତଙ୍କୁ ଉସକାଇ ସେ ଜେଲରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା । ଯାହାକୁ ଭଣ୍ଡୁର କରିଛନ୍ତି ସୁରକ୍ଷା କର୍ମୀ ।
ସିଧା କହିବାକୁ ଗଲେ ପୁଞ୍ଜିଲାଲ ଚକ୍ରାନ୍ତ କରି ୬ଜଣ ଡାକୟତଙ୍କ ସହ ମିଶି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛି । ଏହି ସୂଚନା ଦେଇଛନ୍ତି ପାଟଣାଗଡ ଜେଲ ଅଧିକ୍ଷକ ପ୍ରଦୀପ୍ତ ମହାଲିଙ୍ଗମ । ରିପୋର୍ଟ ଅନୁସାରେ, ଗୁରୁବାର ପୁଞ୍ଜିଲାଲ ବାକି ୬ଜଣ ଡକାୟତଙ୍କ ସହ ମିଶି ଜେଲରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା । ଠିକ ସମୟରେ ସୁରକ୍ଷା କର୍ମୀ ଜେଲ ସାଇରନ ବଜାଇବା ପରେ ସମସ୍ତେ ଧରାପଡିଥିଲେ । ତେବେ ଏହି ସମୟରେ ସୁରକ୍ଷା କର୍ମୀ ଓ ଡକାୟତଙ୍କ ସହ କିଛି ସମୟ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ।