ପୁରୀ ( ଏଟିଆର ବ୍ୟୁରୋ): ଆସନ୍ତା ୨୬ ତାରିଖରେ ପଡୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ତେବେ ଏଥର ସାରା ବିଶ୍ୱ କରେନା ମହାମାରୀ ସହିତ ଲଢେଇ କରୁଥିବା ବେଳେ ଏବେ ସାରା ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି । ଏହିମାରୀ ପାଇଁ ଶ୍ରୀମନ୍ଦିରରେ ମଧ୍ୟ ଦିଅର୍ ଦର୍ଶନ ବନ୍ଦ ରହିିଛି । କେବଳ ସେବାୟତ ମାନେ ନୀତିକ୍ରାନ୍ତି କରୁଛନ୍ତି । ସେହିଭଳି ଏଥର ଚନ୍ଦନ ଯାତ୍ରାରେ ମଧ୍ୟ ସ।।ମଜିକ ଦୂରତା ରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯିବ ।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି। କୋରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ଭକ୍ତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସମହାପାତ୍ର ସୂଚନା ଦେଇଛନ୍ତି । ବିନା ଭକ୍ତରେ ସମସ୍ତ ନୀତିକ୍ରାନ୍ତି ସହ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।