ପୁରୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଆସନ୍ତା କାଲିଠାରୁ ବନ୍ଦ ରହିବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ । ସାଧାରଣ ଭକ୍ତ କରିପାରିବେନି ମହାପ୍ରଭୁଙ୍କର ଦର୍ଶନ । କାଲିଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରର ଦ୍ୱାର । ଏନେଇ ପୁରୀ ଜିଲ୍ଳାପାଳ ବଳୱନ୍ତ ସିଂହ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ମଧ୍ୟକୁ ସାଧାରଣ ଭକ୍ତଙ୍କ ପ୍ରବେଶ ମନା । ତେବେ ମନ୍ଦିରରେ ନୀତିକାନ୍ତି କରିବା ପାଇଁ ନୀତିକାନ୍ତି କରୁଥିବା ସେବାୟତ ମନ୍ଦିର ଭିତରକୁ ଯିବେ ।
ଏହାଛଡା ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ବାରଣ ଉପରେ କିଛିଟା କୋହଳ କରାଯାଇଛି । ପ୍ରତିଦିନରେ ଶ୍ରୀମନ୍ଦିର ଭିତରକୁ ଲକ୍ଷଲକ୍ଷ ଭକ୍ତ ଦର୍ଶନ ପାଇଁ ଯାଉଥିବାରୁ ସଂକ୍ରମଣ ବ୍ୟପିବାର ଅଧିକ ସମ୍ଭାବନା ଥିବାରୁ ଜିଲ୍ଲାପାଳ ଏହିଭଳି ପଦକ୍ଷେପମାନ ଗ୍ରହଣ କରିଛନ୍ତି । କରୋନାକୁ ନେଇ ପୁରୀ ସହରରେ ପୂର୍ବରୁ ମନ୍ଦିର ଯିବା ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସପୂର୍ଣ୍ଣ ନିଷେଧ କରିଦିଆଯାଇଛି । ତେବେ କିଛି ଭକ୍ତଙ୍କ ମଧ୍ୟରେ ଏହି ନିର୍ଦ୍ଦେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।