ପୁରୀ(ଏଟିଆର ବ୍ୟୁରୋ): ସରିଲା ଛତିଶା ନିଯୋଗ ବୈଠକ । ବୈଠକରେ ନିଆଯାଇଛଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ଜଗା ଦର୍ଶନ । ଶନିବାର ରବିବାର ମହାପ୍ରଭୁଙ୍କ ନର୍ଶନ ପାଇପାରିବେ ନାହିଁ ଭକ୍ତ । ରାଜ୍ୟ ବହାରୁ ଭକ୍ତଙ୍କ ପାଇଁ ଆର୍ଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଟିକାର ଦୁଇଟି ଯାକ ଡୋଜ ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।
ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ । ୭ ଦିନ ମଧ୍ୟରେ ଥିବା କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକପ ରହିଛି । ଅନ୍ୟ ପଟେ ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ କଟକଣା କଡାକଡି କରାଯାଇଛି । ବାହାର କାଠ ନିକଟରେ ସର୍ବସାଧାରଣ ଦର୍ଶନ କରିବେ । ସପ୍ତାହକୁ ଦୁଇ ଦିନ ମନ୍ଦିର ବନ୍ଦ ରହିବା ସମୟରେ ଶ୍ରୀମନ୍ଦିର ଭିତର ବେଢା,ସ୍ୱତନ୍ତ୍ର ବ୍ୟାରିକେଡ,ବଡଦାଣ୍ଡ, ଆଦି ସାନିଟାଇଜେସନ କରାଯିବ ।