ପୁରୀ (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ବିଶ୍ୱ ଐତିହ ସ୍ଥଳିରେ ପରିଣତ କରିବା ପାଇଁ ପୁରୀ ସହରରେ ଉଚ୍ଛେଦ କାର୍ଯ୍ୟ ଜୋରଦାର ଜାରି ରହିଛି । ମନ୍ଦିରର ଚତୁଃପାର୍ଶରୁ ୭୫ମିଟର ଉଚ୍ଛେଦ କାର୍ଯ୍ୟରେ ଚାଲିଥିବା ବେଳେ ବିଭିନ୍ନ ମଠ, ଦୋକାନ, ଘର ଗୁଡିକୁ ଏବେ ବି ଭଙ୍ଗିବା କାର୍ଯ୍ୟ ଜାରି ରହିଛି । ଦୁଇଦିନ ହେବ ସାନ ଛତା ମଠ ଜାରୀ ରହିଥିବା ବେଳେ ଆଜି ମଧ୍ୟ ସାନଛତା ମଠ ଭଙ୍ଗା କାର୍ଯ୍ୟ ଜାରି ରହିଛି । କିଛିଦିନ ହେବ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିବା ବେଳେ ପୁଣି ଏହି ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଦିଆଯାଇଛି । ବଡଦାଣ୍ଡ ପଟୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି ।
ଅନ୍ୟପଟେ ମଙ୍ଗୁଳି ମଠର ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଚେଦ କାର୍ଯ୍ୟ ସରିବା ପରେ ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ଦ୍ୱିତୀୟ ଦିନରେ ପହଞ୍ଚିଛି । ସିଂହଦ୍ୱାରରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଥିବାରୁ ଏହିସବୁ ରାସ୍ତାଗୁଡିକୁ ସିଜ କରାଯାଇଛି । ସେହିପରି ସ୍ୱର୍ଗଦ୍ୱାରର ନବକଳେବର ହେବା ପାଇଁ ସେଠାରେ ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । କିଛି ସ୍ଥାନରେ ଉଚ୍ଛେଦ ପରେ ପାଚେରୀ ନିର୍ମାଣ କାମ ମଧ୍ୟ ଆରମ୍ଭ କରାଯାଇଛି । ତେବେ ସ୍ୱର୍ଗଦ୍ୱାର ଠାରେ ଯେଉଁଠି ପଥ ଶ୍ରାଦ୍ଧ ହୋଇଥାଏ ସେହି ଗୃହଟି ଭଙ୍ଗା ହୋଇଯାଇଥିବାରୁ ଲୋକମାନେ ପଥ ଶ୍ରାଦ୍ଧ ଓ ଶବ ସତ୍କାର କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ବ୍ୟାପକ ପୋଲିସ ଫୋସ ମୁତୟନ କରାଯାଇଛି ।