ୱାସିଂଟନ(ଏଟିଆର ବ୍ୟୁରୋ):ନଭେମ୍ବର ୩ ରେ ହୋଇଥିବା ଆମେରିକା ନିର୍ବାଚନ ଫଳାଫଳକୁ ୬ ସପ୍ତାହ ହୋଇସାରିଲାଣି । ଏହି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ନେତା ଜୋ ବାଇଡେନ ବିଜୟ ଲାଭ କରିଛନ୍ତି ।ନିର୍ବାଚନରେ ଜିତିବା ପରଠାରୁ ଜୋ ବାଇଡେନଙ୍କୁ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଏହି ଅବସରରେ ରୁଷିଆର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଜୋ ବାଇଡେନଙ୍କୁ ଟେଲିଗ୍ରାମ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭଳି କରିବା ପରେ ପୁଟିନ ବିଶ୍ୱର ଅନ୍ତିମ ତଥା ଶୀର୍ଷ ନେତା ହୋଇଛନ୍ତି ।
ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ସ୍ୱୀକ୍ୟତି ଦେବା ପାଇଁ ପ୍ରସ୍ତୁତ ନଥିଲେ ପୁଟିନ । କ୍ରେମଲିନ ଅଧିକାରୀଙ୍କ ବିଜୟୀ ଘୋଷଣା ପରେ ପୁଟିନ ଅଭିନନ୍ଦନ ଜଣାଇବା ଉଚିତ ମନେକରିଛନ୍ତି ବୋଲି ସେ କହିଛନ୍ତି । ଓ ସେହି ଅନୁସାରେ ପୁଟିନଙ୍କ ଅଭିନନ୍ଦନର ବାର୍ତ୍ତା ବାଇଡେନଙ୍କୁ ମିଳିଛି ।
ଡିସେମ୍ବ ର ୧୪ ରେ ଇଲେକ୍ଟୋରାଲ କଲେଜ ଭୋଟିଂରେ ବାଇଡେନଙ୍କୁ ୩୦୬ ଭୋଟ ଓ ଟ୍ରମ୍ପଙ୍କୁ ୨୩୨ ଇଲେକ୍ଟର୍ସ ଭୋଟ ମିଳିଛି । ଆସନ୍ତା ୬ ରେ ନିର୍ବାଚନ ଫଳାଫଳ ଆଧିକାରୀକ ଭାବେ ଘୋଷଣା କରାଯିବ ।