ବେଙ୍ଗାଲୁରୁ(ଏଟିଆର ବ୍ୟୁରୋ):ଭାରତର ରାଫେଲ ଲଢୁଆ ବିମାନ ଚିନର ଚିନ୍ତା ବଢାଇଛିବୋଲି ଏନେଇ ଆଜି ଭାରତୀୟ ବାହୁସେନାର ମୁଖ୍ୟ ଆରକେଏସ ଭଦୈାରିଆ କହିଛନ୍ତି । ପୂର୍ବ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଫ୍ରାନ୍ସର ରାଫେଲ ଭାରତକୁ ଆସିଥିଲା ।ଏହାକୁ ନେଇ ଚୀନ ଭୟଭୀତ ହୋଇପଡିଥିଲା ।
ଭାରତୀୟ ବାୟୁ ସେନାର ମୁଖ୍ୟ କହିଛନ୍ତି ପୂର୍ବ ଲଦାଖର ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ସେମାନେ ଜେ୨୦ ଲଢୁଆ ବିମାନ ଆଣିଛନ୍ତି । ସେହିଠାରୁ ସବୁ ଉଡାଣ ଆରମ୍ଭ କରିବେ । ଭାରତ ରାଫେଲ୍ ଆଣିବା କ୍ଷଣି ସେମାନେ ଜେ-୨୦ ଲଢୁଆ ବିମାନ ଆଣି ପହଞ୍ଚାଇଛନ୍ତି।
ଚୀନ୍ ଲଢୁଆ ବିମାନ ମୁତୟନ କରାଯିବା ଏବଂ ମୁତୟନ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନରୁ ଜଣାପଡୁଛି ସେମାନେ ଏ ସବୁ ପ୍ରତ୍ୟାହାର କରିପାରନ୍ତି।ପ୍ରତିରକ୍ଷା ବିକାଶ ପାଇଁ ୨୦ ହଜାର କୋଟି ଟଙ୍କାର ପାଣ୍ଠି ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ।