ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଧାମନଗର ଉପନିର୍ବାଚନ । ସୁରୁଖୁରୁରେ ମତଦାନ କରୁଛନ୍ତି ଧାମନଗରବାସୀ । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସକାଳ ୧୧ଟା ସୁଦ୍ଧା ୨୨.୩୭ ପ୍ରତିଶତ ମତଦାନ ହୋଇଛି । ଦିନ ବଢିବା ସହ ଭୋଟରଙ୍କ ସଂଖ୍ୟା ମଧ୍ୟ ବଢିବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ନୂତନ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ନିର୍ବାଚନୀ ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶର ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠି ଓହ୍ଲାଇଛନ୍ତି ।