ବୁର୍ଲା(ଏଟିଆର ବ୍ୟୁରୋ): ସମ୍ବଲପୁର ବୁର୍ଲା ଭିମସାରରେ ରାଗିଂ ମାମଲା ସାମ୍ନାକୁ ଆସିଛି । ରାଗିଂ ମାମଲାରେ ମେଡିକାଲ କଲେଜ କତ୍ତୃପକ୍ଷ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୫୪ ହଜାର ଟଙ୍କା ଫାଇନ ପକାଇଛନ୍ତି ।ତେବେ ଏହି ଛାତ୍ରଛାତ୍ରୀଙ୍କୁ ରାଗିଂ ଘଟଣାରେ ତଦନ୍ତ କମିଟିର ରିପୋର୍ଟ ପରେ ଡିନଙ୍କ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଛାତ୍ରଙ୍କୁ ରାଗିଂଙ୍ଗ ଘଟଣାରେ ତଦନ୍ତ କମିଟିର ରିପୋର୍ଟ ପରେ ଦିନି ତଥା ଅଧ୍ୟକ୍ଷ ଜୟଶ୍ରୀ ଦୋରର ତୂରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । କେବଳ ଜଣେ ଜୁନିଅର ଛାତ୍ରଙ୍କୁ କିଛି ସିନିୟର ଛାତ୍ର ହଇରାଣ କରୁଥିବାର ସୂଚନା ମିଳିଛି । ଯେଉଁମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆସିଛି କିନ୍ତୁ ସେମାନେ ତାଙ୍କ ଦୋଷ ମାନୁନଥିବାର ସୂଚନା ମିଳିଛି ।
ତେବେ ଚତୁର୍ଥ ବର୍ଷର ଛାତ୍ରୀମାନେ କାହିଁକି ଜଣାଇଲେ କହି ବିଳମ୍ବିତ ରାତିରେ ଛାତ୍ରବାସର ୪ ଓ ୬ ନଂ ରୁମକୁ ପସି ଆସିଥିଲେ । ଓ ସେଠାରେ ଶୋଇଥିବା ବେଳେ କିଛି ଛାତ୍ରଙ୍କୁ ଅର୍ଧନଗ୍ନ କରି ମାଡମାରିଥିବାର ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ କର୍ତ୍ତୃପକ୍ଷ ୧୮ ଛାତ୍ରଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲଗାଇଛନ୍ତି ।