ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ୫ ବର୍ଷ ଭିତରେ କେତେ ବଢିଛି ରାହୁଳଙ୍କ ସମ୍ପତି? ଚଳିିତ ବର୍ଷ ନିର୍ବାଚନ ପାଇଁ ୟାଅନାଡାରେ ରାହୁଳ ଗାନ୍ଧୀ ପ୍ରାର୍ଥୀ ପତ୍ର ଦାଖଲ କରିବା ବେଳେ ଏକ ରୋଚକ ତଥ୍ୟ ପଦାକୁ ଆସିଛି । ୨୦୧୪ରେ ରାହୁଳ ପ୍ରାର୍ଥୀ ପତ୍ରରେ କରିଥିବା ଘୋଷଣା ଅନୁସାରେ ସେତେବେଳେ ରାହୁଳଙ୍କ ପାଖରେ ୧୦ କୋଟିର ସମ୍ପତି ଥିବା ବେଳେ ବର୍ତ୍ତମାନ ସେଥିରେ ଯୋଡି ହୋଇଛି ଆଉ ୪ କୋଟି ୮୫ ଲକ୍ଷ ଟଙ୍କା । ଯାହା ବର୍ତ୍ତମାନ ୧୫ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୯ ରେ ଦେଇଥିବା ସତ୍ୟପାଠ ଅନୁସାରେ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ପାଖରେ ଥିବା ଦିଲ୍ଲୀ ମୋହଲୀରେ ଥିବା ଏକ ଫାର୍ମ ହାଉସ ରହିଛି ।
ସତ୍ୟପାଠରେ ଉଲ୍ଲେଖ ଅନୁସାରେ ତାଙ୍କ ପାଖରେ ବତ୍ତମାନ ବ୍ୟବହୃତ ୫ କୋଟି ୮୦ ଲକ୍ଷ ୫୮ ହଜାର ୭୭୯ ଟଙ୍କାର ସମ୍ପତି ରହିଛି । ନଗଦ ୪୦ ହଜାର ଟଙ୍କା ଏବଂ ବିଭିନ୍ନ ବ୍ୟାଙ୍କ୍ରେ୧୭ଲକ୍ଷ ୯୩ ହଜାର ୬୯୩ ଟଙ୍କାର ଜମା ରହିଛି । ସେହିପରି ବଣ୍ଡରେ ୫ କୋଟି ୧୯ ଲକ୍ଷ ୪୪ ହଜାର, ପିପିଏଫ୍ରେ ୩୯ ଲକ୍ଷ ୮୯ ହଜାର ଟଙ୍କା ରହିଛି । ଏଥି ସହିତ ୯୧ ହଜାର ୩୬୭ ଟଙ୍କାର ସୁନା ଗହଣା ରହିଛି ।
ସେହିଭଳି ୧୦ କୋଟି ଟଙ୍କାର ଅଚଳ ସମ୍ପତି ମଧ୍ୟ ରହିଛି । ଗରୁଗ୍ରାମରେ ୭୫ ଲକ୍ଷ ୭୦ ହଜାର ଟଙ୍କାର ଏକ ଦୋକାନ ରହିଥିବା ସେ ଉଲ୍ଲେଖ କରିଛନ୍ତି । ସେହଭଳି ଛତ୍ରପୁର ଠାରେ ଭଉଣୀ ପ୍ରିୟଙ୍କାକ ସହିତ ୩୨ ଜହାର ୪୮ ଲକ୍ଷ ଟଙ୍କାର ଏକ ଫାର୍ମ ହାଉସ ମଧ୍ୟ ରହିଛି । ସେହିପରି ସେ ମା ସୋନିଆଙ୍କ ଠାର ୂ ୫ ଲକ୍ଷ ଟଙ୍କାର ଲୋନ ନେଇଛନ୍ତି ।