ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନର୍ବାଚନ ପ୍ରଚାର ପାଇଁ ଆଜି ରହିଛି ଶେଷ ଦିନ । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ସବୁ ଦଳି ନିଜ ନିଜ ପ୍ରଚାରକୁ ଅଧିକ ଆକର୍ଷଣୀୟ କରିଛନ୍ତି । ଶେଷ ଦିନରେ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରାଣପଣେ ଲାଗି ରହିଛନ୍ତି ଚେଷ୍ଟାରେ । ରାଜ୍ୟରେ ସରକାରୀ ଦଳ ୧୯ ବର୍ଷରେ ଓଡିଶାରେ ହୋଇଥିବା ବିକାଶକୁ ପାଥେୟ କରି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିରୋଧୀ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ କରୁଛନ୍ତି ପ୍ରଚେଷ୍ଟା ।
ବିଜେଡି ବିଜେପି ଓ କଂଗ୍ରେସ ସହିତ ସ୍ୱାଧୀନ ପ୍ରାର୍ଥୀମାନେ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର । ସେହିଭଳି ଆଜି ସୁନ୍ଦରଗଡରେ ବିଜେଡି ପ୍ରାର୍ଥୀ ସୁନିତା ବିଶ୍ୱାଳ ଓ ଯୋଗେଶ ସିଂଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଓଲିଉଡ୍ ଓ ଜଲିଉଡ୍ ଭିଲେନ ରାଇମୋହନ ପରିଡା । ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶେଷ ଦିନରେ ପ୍ରଚାର ପାଇଁ ଶେଷ ସମୟ ରହିଛି ସନ୍ଧ୍ୟା ୫ ଟା । ଆସନ୍ତା ଦ୍ୱିତୀୟ ପର୍ଯ୍ୟାୟରେ ୫ ଟି ଲୋକସଭା ଓ ୩୫ ଟି ବିଧାନସଭା ପାଇଁ ହେବ ମତଦାନ । ବରଗଡ , ସୁନ୍ଦରଗଡ,ବଲାଙ୍ଗୀର , କନ୍ଧମାଳ, ଆସ୍କା ଲୋକସଭା ଆସନ ପାଇଁ ହେବ ମତଦାନ ।