ପୁଣି ପାଞ୍ଚଜିଲ୍ଲାରେ ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ରାଜ୍ୟର ରାୟଗଡା ,କନ୍ଧମାଳ,ରାୟଗଡା,ଯାଜପୁର,ଭଦ୍ରକ ,କେନ୍ଦୁଝର,କଟକ,ଅନୁଗୁଳ,ଖୋର୍ଦ୍ଧା,ନୟାଗଡ ଭଳି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ସୂଚନାଯୋଗ୍ୟ ଚଳିତ ବର୍ଷ ସାମାନ୍ୟ ବିଳମ୍ଭରେ ମୌସୁମୀବାୟୁ ଆସିଥିଲେ ସୁଦ୍ଧା ଉପକୂଳ ଓଡିଶାର କେତେକ ଜିଲ୍ଲାରେ ବର୍ଷାର ପରିମାଣ ଠିକ ରହିଥିବା ବେଳେ ପଶ୍ଚିମ ଓଡିଶାରେ କିନ୍ତୁ ବର୍ଷାର ପରିମାଣ କମ ରହିଛି ।