ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରିହିଛି । ଏନେଇ ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଉପକୂଳବର୍ତ୍ତୀ ଓଡିଶା,ଝାରସୁଗୁଡା,କେନ୍ଦୁଝର,ମୟୂରଭଞ୍ଜ,ଅନୁଗୁଳ,ଢେଙ୍କାନାଳ,ଖୋର୍ଦ୍ଧା,ନୟାଗଡ,ଗଞ୍ଜାମ ଆସି ଜିଲ୍ଲାରେ ବର୍ଷା ହୋଇପାରେ । ସେହିପରି ୧୧ ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ରହିଛି ।
ତେବେ ଏହି କାଳବୈଶାଖୀ ଦ୍ୱାରା ତାତିରୁ ତ୍ରାହି ମିଳିବା ସହ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିପାରେ ବୋଲି ଅନୁମାନ କରାଯାଉଛି । ସ୍ଥିତି ଉପରେ ନଜର ରଖିବାକୁ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।ଏହି ୧୧ ଟି ଜିଲ୍ଲା ମଧ୍ୟରେ ରହିଛି କଟକ,ଭଦ୍ରକ,ବାଲେଶ୍ୱର,ଯାଜପୁର,ସୁନ୍ଦରଗଡ,କେନ୍ଦୁଝର,ଅନୁଗୁଳ, ଓ ଢେଙ୍କାନାଳ ରହିଛି ।