ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ସ୍ମାର୍ଟ ହେଲ୍ଥ କାର୍ଡ କାର୍ଯ୍ୟକାରୀ ହେବ । ଏହା ଅଧୀନରେ ଥିବା ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୯୨.୫ ଲକ୍ଷ ପରିବାରଙ୍କୁ ମିଳିବ ସ୍ୱାସ୍ଥ୍ୟ ସୁବିଧା । ଏହି କାର୍ଡକୁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁନ୍ଦରଗଡ, ମାଲକାନଗିରି ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ବଣ୍ଟନ କରାଯିବ । ଏହି କାର୍ଡଦ୍ୱାରା ଲୋକେ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଥମେ ୨୦୧୮ ମସିହା ସ୍ୱାଧୀନତା ଦିବସ ଅବସରରେ ଆରମ୍ଭ କରାଯାଇଥିଲା । ଏଥିରେ ବିଜୁ କୃଷକ କଲ୍ୟାଣ ଯୋଜନା ବିକେକେୱାଇ-୧ ରେ ୨୫,୬୧,୨୦୧ ବିକେକେୱାଇ୨ ରେ ୦୮,୪୪,୦୭୦ ଅନ୍ତୋଦୟ ଏବଂ ନିମ୍ନ ଆୟ ବର୍ଗର ୨ ଲକ୍ଷ ଲୋକଙ୍କୁ ମିଶାଇ ମୋଟ ୭୧,୬୯,୬୭୨ ପରିବାର ସାମିଲ ହୋଇଥିଲେ । ଗୋଟେ ଲେଖାଏଁ ପରିବାର ବର୍ଷକୁ ୫ ଲକ୍ଷ ଓ ମହିଳା ୧୦ ଲକ୍ଷ ସ୍ୱାସ୍ଥ୍ୟ ସହାୟତା ପାଇଛନ୍ତି । କିନ୍ତୁ ସଂଶୋଧିତ ନିର୍ଦ୍ଦେଶାବଳୀ ମୁତାବକ, ଏସଏଫଏସଏ/ଏନଏଫଏସଏ ଅଧୀନରେ ରହିଥିବା ରାଜ୍ୟର ୨୦ଲକ୍ଷ ୮୦ହଜାର ୩୨୮ ଟି ପରିବାର ଏଥିରେ ସାମିଲ ହୋଇଛନ୍ତି ।
ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବା ପାଇଁ ବିଏସ୍କେୱାଇ ସ୍ମାର୍ଟ ହେଲ୍ଥ କାର୍ଡ କିମ୍ବା ଏନ୍ଏଫ୍ଏସ୍ଏ/ଏସ୍ଏଫ୍ଏସ୍ଏ କାର୍ଡ ହିତାଧୀକାରୀଙ୍କୁ ଦେଖାଇବାକୁ ପଡିବ । ଏବେ ୧୮୩ ଟି ହସ୍ପିଟାଲ ବିଏସକେୱାଇ ଅଧୀନରେ ଅନୁବନ୍ଧିତ ହୋଇଥିବା ବେଳେ ଏଥିରେ ୧୫୮୯ ପ୍ରକାରର ପ୍ୟାକେଜ ଦିଆଯାଉଛି ।
ଅଗଷ୍ଟ ମାସରେ ୫ ଟି ଜିଲ୍ଲାରେ କାର୍ଡ ବିତରଣ କରାଯିବ ଏବଂ ଏହାସହିତ ଆସନ୍ତା ନଭେମ୍ବର ମାସ ସୁଧା ସମସ୍ତ ଜିଲ୍ଲାରେ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ କରାଯିବ । ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଏହି କାର୍ଡ ବଣ୍ଟାଯିବ ।