ଇଜ୍ ଅଫ୍ କଟକ(ଏଟିଆର ବ୍ୟୁରୋ):ଅଭିନେତା ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।ଏହି ମାମଲା ପଟିଆଲା ହାଉସ ବରିବେର୍ତ୍ତେ କଟକର ଫ୍ୟାମିଲି କୋର୍ଟରେ ହେବ । ଆଜି ଶୁଣାଣି ପରେ ଅନୁଭବଙ୍କ ଓକିଲ ପ୍ରତିକ୍ରିୟା ରଖି କହିଛନ୍ତି ମାମଲା ସାନାନ୍ତର ପାଇଁ ପିଟିସନକୁ ୍ରଆମେ ବିରୋଧ କରିନଥିଲୁ ।ଯଥାଶୀଘ୍ର ଏହି ମାମଲାର ଶୁଣାଣି ପାଇଁ କୋର୍ଟକୁ ଅନୁରୋଧ କରିଥିଲେ ।
ଏହି ଦୁଇ ଷ୍ଟାରଙ୍କ ମଧ୍ୟରେ ପାରିବାରିକ ବିବାଦ ରହିଆସିଛି । ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବାପାଇଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି। ଏହାପରେ ଭରଣପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟକୁ ଯାଇଥିଲେ ବର୍ଷା । ତେବେ ଏହି ମାମଲାର ତୁରନ୍ତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବାରେ ସୂଚନା ମିଳିଛି ।