ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ବର୍ଷା ହୋଇପାରେ । ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା ରହିଛି । ସୂଚନା ଅନୁଯାୟୀ ଆଜି କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲି ଏହି ଅଞ୍ଚଳରେ ବର୍ଷାର ପରିମାଣ ବଢିପାରେ । ତେବେ ଆଜି ସନ୍ଧ୍ୟା ସମୟରେ କିଛି ଯାଗାରେ ବର୍ଷା ହୋଇପାରେ । ଆସନ୍ତାକାଲି ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି ।
ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ଝାଡସୁଗୁଡା, ଦେବଗଡ ଓ ସୋନପୁରରେ ବର୍ଷା ହୋଇପାରେ । ସେହିଭଳି ଉପକୂଳ ଅଞ୍ଚଳ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ଯାଜପୁର, କଟକ, ଢେଙ୍କାନାଳ ରେ ବର୍ଷା ହେବା ସହ କୁଆପଥର ମାଡ ହୋଇପାରେ । ଆସନ୍ତା ୨୭ ତାରିଖରେ ବର୍ଷା କମିଯିବ । ଏହା ପରେ ଶୀତ ପ୍ରକୋପ ବଢିବ । ବର୍ତ୍ତମାନ ରାତିରେ ତାପମାତ୍ର ଅନୁସାରେ ୩ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ସୂଚନା ମିଳିଛି ।