ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଗୋଟିଏ ସପ୍ତାହ ହେଲା ରାଜ୍ୟରେ ଘନ କୁହୁଡି ଲାଗି ରହିଛି । ଗତ ଦୁଇଦିନ ହେଲା ରାଜଧାନୀରେ କୁହୁଡି ଟିକେ କମିଥିବା ବେଳେ ଉପକୂଳ ଓଡିଶାରେ ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଛି । ତେବେ ଆସନ୍ତା ୨୨ ଓ ୨୩ ତାରିଖ ବେଳେକୁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବା ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ସୂଚନା ଅନୁସାରେ ସୁନ୍ଦରଗଡ, ଅନୁଗୋଳ, କେନ୍ଦୁଝର,ମୟୁରଭଞ୍ଜ ଓ ଦେବଗଡ ଜିଲ୍ଲାରେ ବର୍ଷା ହୋଇପାରେ । ଅନ୍ୟପଟେ କହୁଡି ମଧ୍ୟ ଆଉ ୭ ଦିନ ହୋଇପାରେ ବୋଲି ଅନୁମାନ କରାଯାଉଛି ।