ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଶ୍ରାବଣ ମାସରେ ଧୁଧୁ ଖରା । ଯାହା କେବେ ଦେଖିବାକୁ ମିଳି ନଥିଲା । ଗତ ମାସେ ତଳେ ମୌସୁମୀ ଓଡିଶା ଛୁଇଁଥିଲେ ମଧ୍ୟ ମୌସୁମୀ କୁଆଡେ ହଜି ଯାଇଛି । ଚାଷ ଜମିରେ ମରୁଡି ଦେଖିବାକୁ ମିଳିଲାଣି । ଅ।।ସନ୍ତା ୧ ସପ୍ତାହେ ମଧ୍ୟରେ ଯଦି ପାଗ ଏମିତି ରହିଲା ତ ରାଜ୍ୟରେ ମରୁଡି ଏକ ପ୍ରକାର ନିଶ୍ଚିନ୍ତ । ଅକ୍ଷୟ ତୃତୀୟା ଠାରୁ ଅଖିମୁଠି ଚଳାଇ ତଳି ପକାଇଥିଲେ ଚଷା ପୁଅ ।
ହେଲେ ଡହଡହ ଖରାରେ ତଳି ଗଛ କଥା ନ କହିଲେ ଭଲ । ମୁଣ୍ଡରେ ହାତ ଦେଲେଣି ଚାଷୀ । ଚଳିତ ବର୍ଷ ଦେଶରେ ସ୍ୱାଭାବିକଠାରୁ ୧୯ ପ୍ରତିଶତ କମ ମୌସୁମୀ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିଭଳି ଯଦି ଆମେ ଓଡିଶା କଥା କହିବା ଓଡିଶାରେ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ ବର୍ଷା ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଯାହା ଏବେ ଚାଷୀ ମୁଣ୍ଡରେ ଚଡକ । ଓଡିଶାରେ ଜୁଲାଇ ମାସରେ ଯେତିକି ପରିମାଣରେ ବର୍ଷା ହେବା କଥା ତାହା ଠାରୁ କମ୍ ବର୍ଷା ହୋଇଛି । ଗତ ୧ ସପ୍ତାହ ହେଲା ରାଜ୍ୟରେ ବର୍ଷାର ପରିମାଣ ପୁରା କମ ରହିଛି । ଯାହା ଫଳରେ ଶ୍ରାବଣ ମାସରେ ଗ୍ରୀଷ୍ମର ଅନୁଭବ ହେଉଛି ।