ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୭୩ତମ ବର୍ଷରେ ପାଦ ଦେଲା ରାଜଧାନୀ ଭୁବନେଶ୍ୱର । ୧୯୪୮ ମସିହା ଏପ୍ରିଏ ୧୩ ତାରିଖରେ ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ମାନ୍ୟତା ମିଳିଥିଲା । ଏହି ଅବସରରେ ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ,ଜଟଣୀ ବିଧାୟକ ସୁରେଶ ରାଉତରାୟ ମାଲ୍ୟାର୍ପଣ କରିଛନ୍ତି ।
ଐତିହ୍ୟ କୀର୍ତ୍ତିରାଜିରେ ଭୁବନେଶ୍ୱର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଭୁବନେଶ୍ୱର ଏବେ ସ୍ମାର୍ଟ ସିଟିରେ ପରିଣତ ହୋଇଛି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ବେଳେ ସହରର ମାତ୍ର ୧୪ ହଜାର ଲୋକଙ୍କ ରହିବା ପାଇଁ ତିଆରି କରାଯାଇଥିବାବେଳେ ଏବେ ରାଜଧାନୀରେ ଲୋକ ସଂଖ୍ୟା ଏକ କୋଟିରୁ ଉଦ୍ଧ୍ୱର୍ ହେଲେଣି । ତେଣୁ ରାଜଧାନୀକୁ ଆହୁରି ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ରହିଛନ୍ତି ।