ହାଇଦ୍ରାବାଦ(ଏଟିଆର ବ୍ୟୁରୋ):ସୁପରଷ୍ଟାର ରଜନୀକାନ୍ତଙ୍କ ରକ୍ତଚାପ କମିଥିବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରଜନୀକାନ୍ତ ୧୦ ଦିନ ଧରି ହାଇଦ୍ରାବାଦାର ରାମୋଜି ଫିଲ୍ମସିଟିରେ “ଅନ୍ମାଥେ“ ଫିଲ୍ମର ସୁଟିଂ କରୁଥିଲେ ।
ସୁଟିଂ ସେଟରେ ୪ ଜଣ ଲୋକଙ୍କ କରୋନା ପଜିଟିଭ ଜଣାପଡିବା ପରେ ବନ୍ଦ ହୋଇଥିଲା ଫିଲ୍ମର ସୁଟିଂ । କିନ୍ତୁ ରଜନୀକାନ୍ତ ଡିସେମ୍ବର ୨୨ ରେ କୋଭିଡ ପରୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଲକ୍ଷଣ ଦେଖାନଯାଇଥିଲେ ମଧ୍ୟ ସେବେଠାରୁ ସେ ଆଇସୋଲେସନରେ ରହିଥିଲେ ।
ହଠାତ ତାଙ୍କର ରକ୍ତଚାପ ଦ୍ରୁତ ଗତିରେ ପରିବର୍ତ୍ତନ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।