ଚେନ୍ନାଇ(ଏଟିଆର ବ୍ୟୁରୋ):ସୁପରଷ୍ଟାର ରଜନୀକାନ୍ତ ତାମିଲନାଡୁରେ ହେବାକୁଥିବା ବିଧାନସଭା ନିର୍ବାଚନରେ ସେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ତାଙ୍କ ଦେହ ଅସୁସ୍ଥତା କାରଣରୁ ସେ ରାଜନୀତିରୁ ଓହରି ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ରଜନୀକାନ୍ତ କହିଛନ୍ତି ଏଭଳି ନିଷ୍ପତ୍ତି ନେବାରେ ମତେ କିଭଳି କଷ୍ଟ ହେଉଛି ସେଇଟା କେବଳ ମୁଁ ହିଁ ଜାଣିଛି । ରାଜନୀତିରେ ପ୍ରବେଶ ନକଲେ ମଧ୍ୟ ମୁଁ ଜନସେବା କରି ପାରିବି । ମେଡିକାଲ ରୁ ଡିସଚାର୍ଜ ହେବା ପରେ ରଜନୀକାନ୍ତ ଏଭଳି ନିଷ୍ପତ୍ତି ନେଇଛନ୍ତି ।ଏପରି ନିଷ୍ପତ୍ତି ନେବା ପରେ ସେ ତାଙ୍କ ଫ୍ୟାନ୍ସମାନଙ୍କୁ କ୍ଷମା ମାଗିଛନ୍ତି ।
ହାଇଦ୍ରାବାଦରେ ସୁଟିଂ ଚାଲିଥିବା ବେଳେ ହଠାତ ତାଙ୍କ ରକ୍ତଚାପ କମ ହୋଇଯିବା କାରଣରୁ ସେ ଅସୁସ୍ଥ ହୋଇଯିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଥିଲା ।ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ମେଡିକାଲ ରୁ ଡିସଚାର୍ଜ କରାଯାଇଥିଲା ।କିନ୍ତୁ ଡାକ୍ତର ତାଙ୍କୁ କିଛି ଦିନ ପାଇଁ ଘରେ ଆରାମ କରିବା ପାଇଁ ପରାମର୍ଶ ଦେଇଥିଲେ ।
କିନ୍ତୁ ଏବେ ରଜନୀକାନ୍ତଙ୍କର ରାଜନୀତିକୁ ନ ଆସିବାର ନିଷ୍ପତ୍ତି ଅନ୍ୟ ଦଳ ପାଇଁ ନିଶ୍ଚିତ ଭାବେ ଖୁସି ଆଣିବ । ରଜନୀକାନ୍ତଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କ ରାଜନୀତି ପ୍ରବେଶ ନେଇ ସକ୍ରିୟ ହୋଇପଡିଥିଲେ ।