ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା ବାଧ୍ୟତା ମୂଳକ ଘୋଷଣା ହେବା ପରେ ଏବେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେକାଯିବା ସହିତ ଛାତ୍ରଛାତ୍ରୀ ମାନେ ଏହାକୁ ବିରୋଧ କରୁଛନ୍ତି । ତେବେ ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖା ଦେଇଛି । ବିଭାଗ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି । ଏହିୀ ଅବସରରେ ଛାତ୍ରୀମାନେ ଏକତ୍ର ହୋଇ କଲେଜ ଗେଟରେ ତାଲା ପକାଇବା ସହିତ ଟାୟାର ଜାଳି ବିକ୍ଷୋଭ ପଦର୍ଶନ କରିଛନ୍ତି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଏବେ ସେଠାରେ ପୋଲିସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ ଚଳିତ ବର୍ଷ ନିଷ୍ପତ୍ତି ହୋଇଛି ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତରୁ ଅଧିକ ମାର୍କ ନରଖିବେ ସେମାନେ ଆଉ ଦ୍ୱିତୀୟ ବର୍ଷକୁ ଉତ୍ତିର୍ଣ୍ଣ ହୋଇ ପାରିବେ ନାହିଁ । ତେବେ ଏନେଇ ଗତକାଲି ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଭୟବୀତ ହୁଅନ୍ତୁ ନାହିଁ । ପ୍ରଥମ ବର୍ଷ ପରୀକ୍ଷା ହେବ । ଏହାକୁ ବ୍ୟବସ୍ଥିତ ଭାବେ କରାଯିବ । ଛାତ୍ରଛାତ୍ରୀଙ୍କୁ ଷପଲ କରିବା ସରାକାରଙ୍କ ଉଦ୍ଦେଶ୍ୟ ନୁହେଁ ।