ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିନା ନମ୍ଭରରେ ଗାଡି ବିକିବା ଏବେ ମହଙ୍ଗା ପଡିଛି ଖିମିଜି ହୋଣ୍ଡାକୁ । ଛାଟ ବଜାଇଛି କଟକ ଆରଟିଓ । ଖୁବ ଶିଘ୍ର ଏହି ଶୋରୁମରେ ତାଲା ଝୁଲିବ । ବିଶ୍ୱାସ ହେଉନି ନାଁ ଦେଖନ୍ତୁ ଏହି ଟ୍ୱିଟକୁ । କଟକ ଆରଟିଓ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟରେ ସିଧା ସଳଖ ଲେଖା ଯାଇଛି ଖିମଜି ହୋଣ୍ଡାହିଁ ସରକାରଙ୍କ ସବୁ ଆଇନ କାନୁନର ଧଜିଆ ଉଡାଇଛି । ଆଉ ଭଙ୍ଗ କରିଛି ରୁଲ ୪୨ ଏମଭିଆଇ ଆକ୍ଟ ୧୯୮୯ର । ଆଇନ କହୁଛି ଗାଡି ବିକ୍ରିହେବା ବେଳେ ଗାଡିର ରେଜିଷ୍ଟ୍ରେସନ ନମ୍ଭର ନିହାତି ଆବଶ୍ୟକ । ହେଲେ ଏ ଟ୍ୱିଟ ତ କିଛି ଅଲଗା କହିଛି । ପୁଣି ଥରେ ଦେଖନ୍ତୁ ସେହି ଟ୍ୱିଟକୁ । ଏବେ ବୁଝିଲେ ତ ବିନା ନମ୍ଭର ରେଜିଷ୍ଟ୍ରସନରେ ଖିମଜି ଜଣେ ଗ୍ରାହକଙ୍କୁ ଗାଡି ବିକ୍ରି କରିଛି ।
Recommend for cancellation of trade certificate of the dealer
— RTO CUTTACK (@rto_cuttack) September 13, 2019
ଗତ ୧୨ ତାରିଖ ବାରଙ୍ଗ ଅଞ୍ଚଳରେ ଏମଭି ଚେକିଂ ଚାଳଇଥିବା ବେଳେ ଖିମଜିର ଏହି କାରସାଦି ସାମ୍ନାକୁ ଆସିଥିଲା । ବାସ ଏହ୦ା ପରେ ଟ୍ରେଡ ଲାଇସେନ୍ସ ବାତିଲ କରିବାକୁ ସରକାରଙ୍କୁ ୍ରଅବଗତ କରାଇଛି କଟକ ଆରଟିଓ । ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ କେଉଁ ସ୍ୱାର୍ଥରେ ଏଭଳି ଦୋଗଲାମି କରିଥିଲା ଖିମଜି । ଆଇନର ଧଜିଆ ଉଡାଇବାକୁ ତାର ଏତେ ସାହାସ ହେଲା କେମିତି । ଏହା ପଛରେ କେଉଁ ଅଦୃଶ୍ୟ ଶକ୍ତି ନାହିଁତ । ଏମିତି ତମାମ ପ୍ରଶ୍ନ ଉଠିଥିବା ବେଳେ ଏକଥା ଏବେ ସ୍ପଟ ଯେ ଖୁବ ଶିଘ୍ର ଏହି ଶୋରୁମର ବେଳା ଖରାପ ପଡିବ । ବେପାର କରିବ କଣ ମାଲିକ ସଟର ଟାଣି ଘରକୁ ଯିବ ।