ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ଯାଁଳା ଫାଣ୍ଡି ନିକଟରୁ କଙ୍କାଳ ମିଳିବା ଘଟଣାରେ ଜାରି ହେଲା ସ୍କେଚ୍ ।ସର୍ବସାଧାରଣ ସ୍ଥାନରେ ଲଗାଯିବ ଏହି ସ୍କେଚା ପୋଷ୍ଟର । ବେଙ୍ଗାଲୁରୁ ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ଜାରି କରାଯାଇଛି । ଏହି ସ୍କେଚ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଠା କରାଯିବ ।
ଏହି ସ୍କେଚରେ ମହିଳା ଜଣକ ବୟସ୍କ ହୋଇଥିବାର ଜଣାପଡୁଛନ୍ତି । ଏହି ମାମଲାର ତଦନ୍ତ ଭାର ମହିଳା ଥାନା ଇନ୍ସ୍ପେକ୍ଟର ବନୀତା ମହାରାଣା ଯାଁଳା ଅଞ୍ଚଳର ୧୨ ଜଣଙ୍କୁ ଜେରା କରିଛନ୍ତି । ଏମ୍ସକୁ ଯାଇଥିବା କଙ୍କାଳର ଖପୁରୀର ବିଭିନ୍ନ ଦିଗର ମାପଚୁପ ଏବଂ ଫଟୋକୁ ନେଇ ବେଙ୍ଗାଲୁରୁର ଏକ୍ସପର୍ଟମାନେ ଏହି ସ୍କେଚ୍ ଜାରି କରିଛନ୍ତି।ତାଙ୍କ ଶରୀରରେ ମାଂସ ନ ଥିବାରୁ ତେଣୁ ଶରୀରର ରଙ୍ଗ ଭିନ୍ନ ଭିନ୍ନ ପ୍ରକାରର କରାଯ୍ଧବ ଆହୁରି ୪ ରୁ ୫ ଟି ସ୍କେ୍ ଜାରି କରାଯିବ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୁଚନା ଦେଇଛନ୍ତି ।