ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କୃଷକମାନଙ୍କୁ ଦିଲ୍ଲୀ ଲାଲକିଲାରେ ପ୍ରବେଶ ଲାଗି ଉସକାଉଥିବା ଅଭିଯୁକ୍ତ ଦୀପ ସିନ୍ଧୁଙ୍କ ଗିରଫଦାବି ଲାଗି ପୋଲିସ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଦୀପ ସିନ୍ଦୁଙ୍କ ସହିତ ଜୁଗରାଜ ସିଂ , ଗୁଜୂରାଟ ସିଂ , ଏବଂ ଗୁଜରୋଟ ସିଂ ଙ୍କ ପାଇଁ ମଧ୍ୟ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି ।
ସେହିଭଳି, ଜଜବିର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକବାଲ ସିଂହଙ୍କୁ ଧରାଇ ଦେବା ଲାଗି ୫୦, ୦୦୦ ନଗଦ ଅର୍ଥରାଶି ପୁରସ୍କାର ଘୋଷଣା କରାଯାଇଛି।ଏନେଇ ଯୁଗ୍ମ କମିଶନର ବି.କେ ସିଂଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି ।
ଏପର୍ୟ୍ୟନ୍ତ ଏହି ମାମଲାରେ ଦିଲ୍ଲୀ ପୁଲିସ ୪୪ଟି ମାମଲା ରୁଜୁ କରିବା ସହ ୧୨୨ଜଣ ବ୍ୟକ୍ତିଙ୍କୁ ଗିରଫ କରି ସାରିଲାଣି। ପୁଲିସ ମାମଲାରେ କେତେଜଣ କୃଷକ ନେତାଙ୍କ ନାମ ମଧ୍ୟ ରହିଛି। ଅନୁସନ୍ଧାନକାରୀ ଦଳରେ ଡିସିପି ଜୟ ତୁର୍କ , ଭୀଷଣ ସିଂ ଏବଂ ମୋନିକା ଭରଦ୍ୱାଜଙ୍କୁ ମଧ୍ୟ ସାମିଲ କରାଯାଇଛି ।