ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କରେନା ମହାମାରୀ ସମୟରେ ବିଭିନ୍ନ କମ୍ପାନି ଗୁଡିକ ତାଙ୍କ କର୍ମଚାରୀମାନଙ୍କ ପାଇଁ ମାଗଣା ଟିକା ଦେବାପାଇଁ ପ୍ରସ୍ତୁତ ହୋଇଛନ୍ତି । ପ୍ରଥମେ ଇନଫୋସିସ୍ ଓ ପରେ ଦେଶର ସର୍ବବୃହତ କର୍ପୋାରେଟ ହାଉସ୍ ରିଲାନ୍ସ ତାର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ପାଇଁ ଟିକା ଖର୍ଚ୍ଚ ବହନ କରିବେ ।ଏନେଇ ରିଲାନ୍ସ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ କହିଛନ୍ତି ।
କରୋନା ବିରୋଧରେ ଲଢେଇ କରିବା ପାଇଁ ରିଲାନ୍ସ ଦେଶ ସହ ଛିଡା ହୋଇଛି ବୋଲି ନୀତା କହିଛନ୍ତି । ରିଲାନ୍ସ ତାଙ୍କ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କ ସମତେ ୧୦ ଲକ୍ଷ ଲୋକଙ୍କ ପାଇଁ କରୋନା ଟିକାକରଣା ଖର୍ଚ୍ଚ ଉଠାଇବ ।
ସାରା ଦେଶରେ ରିଲାନ୍ସ ଗ୍ରୁପର ପାଖାପାଖି ପ୍ରାୟ ୬ ଲକ୍ଷ କର୍ମଚାରୀ ରହିଛନ୍ତି । କର୍ମଚାରୀଙ୍କ ସହ ତାଙ୍କ ପରିବାରଙ୍କୁ ସାମିଲ କଲେ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ମାଗଣାରେ ଟିକାଦିଆ କରାଇବ କମ୍ପାନୀ ।