ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ । ଗତକାଲି ରାଜ୍ୟସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ବିଜ୍ଞପ୍ତି ଅନୁସାରେ ଅସିତ ତ୍ରିପାଠୀ – କେବିକେ ମୁଖ୍ୟ ପ୍ରଶାସକ, ସୁଦର୍ଶନ ପାଲ ଠାକୁର – ଗୋପବନ୍ଧୁ ଏକାଡ଼େମୀର ନିର୍ଦ୍ଦେଶକ, ସି.ଜେ. ଭେନୁଗୋପାଳ – ରାଜସ୍ୱ ପର୍ଷଦ ସଦସ୍ୟ,ନୀତିନ ଚନ୍ଦ୍ରା- ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି,ଡି.କେ.ସିଂହଦେଓ – ବିଜ୍ଞାନ ଓ କାରିଗରୀ କୌଶଳର ସଚିବ,ରଞ୍ଜନା ଚୋପ୍ରା -ଏସସି/ଏସଟି ବିକାଶ ସଚିବ,ବୀର ବିକ୍ରମ ଯାଦବ – ସମବାୟ ସଚିବ,ଆଇପିଏସ ଅରୁଣ ବୋଥ୍ରା – ସେସୁର ସିଇଓ,
ସୁଶୀଲ କୁମାର ଲୋହାନି- ବାଣିଜ୍ୟ କର କମିସନର ଅତିରିକ୍ତ ଦାୟିତ୍ୱ ,ଆର.ରଘୁପ୍ରସାଦ – ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଭାରପ୍ରାପ୍ତ ସଚିବ,ଆର.ରଘୁପ୍ରସାଦ- ଓମଫେଡ଼ ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ, ବିଶାଲ ଗଗନ – ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ, ଭାସ୍କର ଜ୍ୟୋତି ଶର୍ମା – ଭିନ୍ନକ୍ଷମ ସଶକ୍ତିକରଣ ସଚିବ, କ୍ରିଷନ କୁମାର – ପୂର୍ତ୍ତ ସଚିବ, ଅର୍ଚ୍ଚନା ପଟ୍ଟନାୟକ- ଉଠା ଜଳସେଚନ ନିଗମ ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ, ଏସ.ଆର.ଯାଦବ – ବିଜ୍ଞାନ ଓ କାରିଗରୀ କୌଶଳ ନିର୍ଦ୍ଦେଶକ,ସୁରେନ୍ଦ୍ର ମୀନା- ପୂର୍ତ୍ତ ବିଭାଗ ଉପସଚିବ,ସାଦିକ ଆଲମ –ସିଏମଜିଆଇର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆ ଯାଇଛି ।