ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାହା ଅନୁମାନ କରାଯାଉଥିଲା ଠିକ୍ ତାହା ହିଁ ହେଲା । ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂହ । ନିଜ ଇସ୍ତଫା ପତ୍ର ସେ ଆଜି ବାଚଷ୍ପତିଙ୍କ ପାଖକୁ ପଠାଇଛନ୍ତି । କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିବା ପରେ ଆଜି ସେ ବିଧାୟକ ପଦ ଛାଡିଛନ୍ତି ।
ଫଳରେ ବିଧାନସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୧୩କୁ ଖସି ଆସିଛି । ୨୫ତାରିଖରେ ରାହୁଲ ଓଡିଶା ଆସୁଛନ୍ତି । ଏପରି ପରିସ୍ଥିତିରେ ଦଳ କାହାକୁ କାଢ଼ିବା ହେଉ ଅବା କିଏ ଦଳକୁ ଛାଡିବା ନିହାତି ଭାବେ କଂଗ୍ରେସ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ସୂଚନାଯୋଗ୍ୟ, ଦଳ ବିରୋଧୀ ମନ୍ତ୍ୟବ ଦେଇ ଯୋଗେଶ ଅଡୁଆରେ ପଡିଥିଲେ । ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା । ସେପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସରୁ ନେତା ଖସିବା ସେଭଳି ବଢ଼ି ଚାଲୁଛି । ଗତକାଲି ପ୍ରଣୟ ସାହୁ କଂଗ୍ରେସ ଛାଡିଥିବା ବେଳେ ଆଜି ବିଦ୍ଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦେଇଛନ୍ତି ।