ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସାମାନ୍ୟ ସନ୍ଦେହ କେତେ ଯେ ଭୟଙ୍କର ରୂପ ନେଇପାରେ ତାହାର ଆଉ ଏକ ନଗ୍ନ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀର ଆବଭାବକୁ ସନ୍ଦେହ କରି ହତ୍ୟାକାରୀ ସାଜିଲା ସ୍ତ୍ରୀ । ସୁପାରି ଦେଇ ହତ୍ୟା କଲା ସ୍ୱାମୀକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀରେ । ପୁଲିସ ଏବେ ହତ୍ୟାକାରୀ ସ୍ତ୍ରୀ ଓ ତାଙ୍କ ଭାଇଙ୍କ ସମେତ ଆଉ ୫ଜଣଙ୍କୁ ଗିରଫ କରିଛି । ରିପୋର୍ଟ ଅନୁସାରେ, ରବିବାର ଗୁରୁଗ୍ରାମର ଏକ ଖାଲ ଭିତରୁ ଅଖା ଭିତରେ ବନ୍ଧାଯାଇଥିବା ଏକ ମୃତଦେହ ଠାବ ହୋଇଥିଲା । ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା । ତଦନ୍ତରେ ମୃତ ବ୍ୟକ୍ତି ଯୋଗେଶ ସିଂହ(୩୭)ବୋଲି ଜାଣିବାକୁ ପାଇଥିଲା । ଯୋଗେଶଙ୍କ ଶରୀରରେ ଅନେକ୍ଷ କ୍ଷତ ଚିହ୍ନ ରହିଥିଲା । ପ୍ରାଥମିକ ତଦନ୍ତରେ ପୁଲିସ ଯୋଗେଶଙ୍କ ପତ୍ନୀ ସୁଇଟିକୁ ସ୍କାନରକୁ ଆଣିଥିଲା । ମାରାଥନ ଜେରା କରିବା ପରେ ହଡବଡେଇ ଯାଇଥିଲା ସୁଇଟି । ପାଟି ଥତମତ ହୋଇଥିଲା । ସୁଇଟି ମିଛ କହୁଥିବା ଜାଣିବା ପରେ ପୁଲିସ ଗୁଡାଇ ତୁଡାଇ ଯୋଗେଶଙ୍କ ବାବଦରେ ପ୍ରଶ୍ନ କରିବା ପରେ ଶେଷରେ ମୁହଁ ଖୋଲିଥିଲା ସୁଇଟି । ପୁଲିସକୁ ସୁଇଟି ଦେଇଥିବା ତଥ୍ୟ ଅନୁସାରେ, ଯୋଗେଶ ଓ ସୁଇଟି ଉଭୟ ଗୁରୁଗ୍ରାମରେ ରହୁଥିଲେ । ତେବେ ସେଠାରେ ଯୋଗେଶ ଆଉ କାହା ସହ ସମ୍ପର୍କ ରଖୁଥିବା ସୁଇଟି ସନ୍ଦେହ କରୁଥିଲେ । ସନ୍ଦେହ ଏତେ ବଢ଼ିଯାଇଥିଲା ଯେ, ଯୋଗେଶଙ୍କୁ ବାଟରୁ ହଟାଇବା ଲାଗି ନିଜ ଭାଇ ସହ ମିଶି ଷଡଯନ୍ତ୍ର କରିଥିଲେ ସୁଇଟି । ପରେ ଭଡାଟିଆ ଗୁଣ୍ଡା ଲଗାଇ ୧୬ଲକ୍ଷ ଟଙ୍କା ଦେଇ ସେ ଯୋଗେଶଙ୍କୁ ହତ୍ୟା କରିଥିବା ନିଜେ ସ୍ୱୀକାର କରିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024