ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭୟ । କରୋନା ଭାଇରସର ଭୟ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ତରଫରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଏହା ସହ ସ୍କୁଲ, କଲେଜ, ସପିଙ୍ଗି ମଲ ବିଭିନ୍ନ ଜନଗହଳିପୂର୍ଣ୍ଣ ଯାଗାକୁ ଆସନ୍ତା ମାର୍ଚ୍ଚା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ତେବେ ଏହି କଟକଣାକୁ ବଢାଇ ଦିଆଯାଇଛି । ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଏହାର ଅବଧିକୁ ବଢାଇ ଦିଆଯାଇଛି । ଆବଶ୍ୟକ ପଡିଲେ ଏହି କଟକଣାକୁ ଆହୁରି ବଢାଇ ଦିଆଯିବ ବୋଲି କୁହାଯାଇଛି । ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
The regulation will be in force till 15th April which may be extended based on situation. Appeal everyone to comply with the regulation and be part of Odisha’s efforts in protecting the people of the state from #COVID19.
— Naveen Patnaik (@Naveen_Odisha) March 16, 2020
ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଭୟର ବାତାବରଣ ଖେଳିଯାଇଛି । ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବ ଏହି ରୋଗୀ ପ୍ରାୟ ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ।୧୨୯ ଜଣ ତାଙ୍କ ସହ ଯାତ୍ରା କରିଥିଲେ। ଏହି ୧୨୯ ଜଣ ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ସେହି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି।ସମ୍ପୃକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ଅନ୍ୟପଟେ କରୋନା ଆକ୍ରାନ୍ତ ବ୍ୟକ୍ତି ଯେଉଁ ଘରୋଇ କ୍ଲିନିକରେ ଚିକିତ୍ସିତ ହୋଇଥିଲେ ସେଠାକାର ଡାକ୍ତର ଓ କର୍ମଚାରୀଙ୍କୁ ଆଇସୋଲେସନରେ ରଖାଯାଇଛି। ଏହା ସହିତ ଉକ୍ତ କ୍ଲିନିକକୁ ସିଲ୍ କରି ଦିଆଯାଇଛି।