ଅନୁଗୁଳ ( ଏଟିଆର ବ୍ୟୁରୋ): ଅନୁଗୁଳ କୁମଣ୍ଡ ଚଣ୍ଡିବଜାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବର ଗଛରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଦୁଇ ଜଣ ସମ୍ପର୍କରେ ଶଳା ଭାଉଜ ଓ ନଣନ୍ଦେଇ ବୋଲି ଜଣାପହିଛି । ତେବେ ଉଭୟଙ୍କ ମଧ୍ୟରେ ବୈଧ ସମ୍ପର୍କ ଥିବାରୁ ସେମାନେ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ପୁରୁଷ ଜଣଙ୍କ ହେଲେ ଚାନ୍ଦୀନି ଚୌକର ରଞ୍ଜନ ସାହୁ( ୫୦) ଓ ମହିଳା ହେଲେ ବାଲୁଆ କଟାର ସୁଜାତା ସାହୁ( ୫୦) ଉଭୟଙ୍କ ମହିଳାଙ୍କ ଲଗାକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି ।
ସୁଜାତାଙ୍କର ଦୁିଟି ଝିଅ ଥିବା ବେଳେ ରଞ୍ଜନଙ୍କର ମଧ୍ୟ ଗୋଟିଏ ବିବାହିତ ଝିଅ ଅଛି । ଗ୍ରାମବାସୀଙ୍କ କହିବା ଅନୁସାରେ ୪ ଦିନ ତଳେ ଉଭୟ କେଉଁ ଚାଲିଯାଇଥିଲେ । ତାଙ୍କୁ ଉଭୟ ପରିବାର ଲୋକେ ବହୁତ ଖୋଜା ଖୋଜି ମଧ୍ୟ କରି ମଧ୍ୟ ପାଇନଥିଲେ । ତେବେ ଗ୍ରମବାସୀ ଆଜି ସକାଳେ ବଜାର ପାଖରେ ଥିବା ବରଗଛରେ ଏମାନଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ ।
ସ୍ଥାନୀୟ ଲୋକେ ଏନେଇ ପୁଲିସରେ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା । ଏବଂ ଶବକୁ ବ୍ୟବଛେଦ ପାଇଁ ପଠାଇଛି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ ସେମାନେ ଲୋକ ଲଜ୍ୟାରେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି । ଘଟଣଚୁ ନେଇ ଅନୁଗୁଳ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।