ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମାର୍ଚ୍ଚ ୩୧ ପଯ୍ୟନ୍ତ ଯାତ୍ରୀବାହୀ ବିମାନ ଉପରେ କଟକଣା ବୃଦ୍ଧି କରାଯାଇଛି । ତେବେ ଆସନ୍ତା ୩୧ ଯାଏ ଭାରତରୁ କୈାଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବ ନାହିଁ । ଏନେଇ ଡିଜିସିଏ ସୂଚନା ପ୍ରଦାଦ କରିଛନ୍ତି ।
ମାର୍ଚ୍ଚ ୩୧ ରାତି ୨୩ଟା୫୯ ଯାଏ ଏହି କଟକଣା ଜାରି ରହିବ। ତେବେ ଏହି କଟକଣା ଅନ୍ତର୍ଜାତୀୟ ମାଲ ପରିବହନ ବିମାନ ଉପରେ ଲାଗୁ ହେବନାହିଁ। ଲକଡାଉନ ବୃଦ୍ଧି ପାଇବ ସହ ଏହି କଟକଣା ଅବଧି ମଧ୍ୟ ବଢ଼ିଥିଲା।
ଏବେ ପୁଣି ଏହି କଟକଣା ଅବଧିକୁ ୩୧ ମାର୍ଚ୍ଚ ଯାଏ ବଢ଼ା ଯାଇଛି। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ହେଁ ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। ସମସ୍ତେ କରୋନା କଟକଣାକୁ ମାନି ବିମାନ ମଧ୍ୟରେ ଯିବା ଆସିବା କରିପାରିବେ।