ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅଧିକ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ୟା । କମୁଛି ସଂକ୍ରମଣ ହେଲେ ଥମୁନି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଯାହାଫଳରେ ରାଜ୍ୟରେ ଏବେ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା । ସେହିପରି ଗୋଟେଦିନରେ ପୁଣି ରାଜ୍ୟରୁ ସର୍ବାଧିକ କରୋନା ନେଇଛି ୪୨ ଜୀବନ । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୮୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ କଟକ, ପୁରୀ, ଝାରସୁଗୁଡା, ଖୋର୍ଦ୍ଧା ରୁ ୪ ଜଣ ଲେଖାଏଁ, ବରଗଡ଼, କଳାହାଣ୍ଡି, ଜଗତସିଂହପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ଵର, ବଲାଙ୍ଗିର, ଦେବଗଡ, କେନ୍ଦ୍ରାପଡା, ନୂଆପଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।