ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରନୱେ ରିସଫ୍ରେସିଂ ବା ରିକାର୍ପେଟିଂ ଦ୍ୱାରା ବିମାନ ବନ୍ଦର ଗୁଡିକର ରନୱେର ମରାମତି କରାଯାଇଥାଏ ।
ବିମାନ ସୁରକ୍ଷା ଏବଂ ବିମାନ ଦୁର୍ଘଟଣା କୁ ଆଖିରେ ରଖି ରନୱେ ରିସଫ୍ରେସିଂ କରାଯାଇଥାଏ । ନିୟମ ଅନୁସାରେ ପ୍ରତି ୧୦ ବର୍ଷରେ ଥରେ ରନୱେ ରିସଫ୍ରେସିଂ କରାଯାଏ ।
ତେବେ ଗତ ୧୨ ବର୍ଷ ହେଲା ଭୁବନେଶ୍ୱର ଆନ୍ତଜାର୍ତିକ ବିମାନ ବନ୍ଦରର ରନୱେ ରିସଫ୍ରେସିଂ ହୋଇନାହିଁ । ରନୱେ ମରାମତି ହୋଇନଥିବା ଫଳରେ ରନୱେର ଅଧିକାଶଂ ସ୍ଥାନରୁ କାପେକ୍ଷ୍ଣଙ୍କ ଉଠିଗଲାଣି ଏବଂ ଏହା ଦ୍ୱାରା ବିମାନ ଦୁର୍ଘଟଣାର ମଧ୍ୟ ଆଶକାଂ ରହିଛି ।
ସେପଟେ ରନୱେ ରିକାର୍ପେଟିଂ ଅତ୍ୟନ୍ତ ଜରୁରୀ ଥିବାରୁ ନଭେମ୍ବର ୧ରୁ ଏହି କାମ ଆରମ୍ବ କରାଯିବାର ଯୋଜନା ଥିଲା କିନ୍ତୁ ବିମାନ ବନ୍ଦର ତତ୍କାଳିନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ହଠାତ ସ୍ୱୋଛାକୃତ ଅବସର ନେବା ଫଳରେ ବିମାନ ବନ୍ଦରର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ବନ୍ଦ ରହିଥିଲା ।
ଫେବୃଆରୀରେ ଏହି କାର୍ଯ୍ୟ ଆରମ୍ବ ହେବା ଫଳରେ ବିମାନ ଚଳାଚଳ ସାମାନ୍ୟ ବଧାପ୍ରାପ୍ତ ହୋଇପାରେ । ରନୱେ ରିସଫ୍ରେସିଂ କାମ ୮ରୁ୯ ମାସ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟ ରାତିବେଳା ହେବାକୁ ଥିବା ବେଳେ ଶେଷ ତିନି ମାସ ଧରି ଦିତ୍ୱୀୟ ପର୍ଯ୍ୟାୟରେ ଦିନବେଳା ମଧ୍ୟ କାମ ଚାଲୁରହିବ ।