ଝାରସୁଗୁଡା (ଏଟିଆର ବ୍ୟୁରୋ): ପୁଣି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଝାରସୁଗୁଡା ଜ୍ଲିଲା କଣ୍ଟାପାଲି ୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ଓ ଟ୍ରଲର ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଛି । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଗତକାଲି ରାତିରେ ଏକ ଟ୍ରକଟି ଝାରସୁଗୁଡାରୁ ବାହାରି ରାୟପୁରକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ଶୀତୁଆ ଅନ୍ଧାରର ଘନ କୁହୁଡିରେ ଅଚାନକ୍ ବିପରୀତ ଦିଗରୁ ଏକ ଟ୍ରଲର ଆସି ଟ୍ରକ୍ କୁ ଧକ୍କା ଦେଇଥିଲା । ଫଳରେ ଏଥିରେ ଟ୍ରଲର ଡାଇଭର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।