ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ନବୀନ ସରକାର ୧୮ ବର୍ଷରେ ଓଙ୍ଗିଆଙ୍କ ପାଇଁ ଗୋଟିଏ ବି ଆଇନ୍ କରିନାହାଁନ୍ତି । କେବଳ ଧନୀ ଏବଂ ବଡ ବଡିଆଙ୍କ ପାଇଁ କରୁଛନ୍ତି ସମସ୍ତ ସୁବିଧା । ଏଭଳି ସରକାରଙ୍କ ଗରିବ ଉଠା ଦୋକାନୀଙ୍କ ପ୍ରତି କରିଥିବା ଅନେକ ବ୍ୟଭିଚାରର ଫର୍ଦ୍ଦାଫାସ କରିଛନ୍ତି ଉଠାଦୋକାନୀ ସଂଙ୍ଘ ।
ଆଜି ସକାଳ ୧୧.୩୦ ସମୟରେ ରାଜଧାନୀର ରେଡ୍କ୍ରସ ଭବନରେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ଉଠାବ୍ୟବସାୟୀଙ୍କ ଏକ ବୈାଠକ ଅନୁଷ୍ଠିତ ହୋଇଛି । ଏହି ବୈାଠକରେ ସରକାରଙ୍କ ବିରେଧରେ ଆନ୍ଦୋଳନ ହିଁ ଏକମାତ୍ର ବାଟ ବୋଲି ନିଷ୍ପତ୍ତି ନେଇଛନ୍ତି ଏହି ଏହି ବ୍ୟବସାୟୀମାନେ । କାରଣ ସରକାର ରାସ୍ତାକଡର ବ୍ୟବସାୟୀମାନଙ୍କୁ ହଟେଇ ଦେଇ ସେମାନଙ୍କ ଦାନାରେ ଧୂଳି ପକାଇ ପେଟକୁ ଲାତ ମାରୁଛନ୍ତି । ମାତ୍ର ଅତ୍ୟୁତ ସାମନ୍ତଙ୍କୁ ୧୦୦ ଏକର ଜମି,ଡି.ଏଲ୍.ଏଫ୍ କୁ ୬୦୦ କୋଟି ଟଙ୍କାର ଜମିକୁ ମାତ୍ର ୪୫ କୋଟି ଟଙ୍କାରେ ଦେବା,ଲୋୟଲା ସ୍କଲକୁ ଜାଗା ଦେବା ଏବଂ ଉକ୍ରଳ ହେଇଟ୍ସ୍କୁ ୨୪ ଘଣ୍ଟାରେ ଜମି ଯୋଗାଇବାକୁ ସରକାର ଆଗଭର ହୋଇଛନ୍ତି । କିନ୍ତୁ ଗୋଟିଏ ଗରୀବ ବେପାରୀ ଯଦି ରାସ୍ତାକଡରେ ବେପାର କରୁଛି ସରକାର ତାଉପରେ ଦାଉ ସାଜୁଛନ୍ତି କାହିଁକି ?
ସରକାର ଯଦିଓ ଭେଣ୍ଡି ଜୋନ କରୁଛନ୍ତି ସେଥିରେ ମଧ୍ୟ ନେତାଙ୍କ ପାଇଁ ରହିଥାଏ ଭାଗଏଣୁ ଏହି ସରକାରଙ୍କ ଠାରୁ କୋ÷ଣସି ଆଇନ୍ ଦ୍ୱାରା କିଛି ସାଧନ ହୋଇପାରିବ ନାହିଁ । କାରଣ ଏଠି ଉପରୁ ତଳ ସମସ୍ତେ ଗୋଟିଏ ଲାଉର ମଞ୍ଜି । ଏଣୁ ଏମାନଙ୍କୁ ଉଚିତ୍ ଶିକ୍ଷାଦେବା ପାଇଁ ସମସ୍ତେ ଏକ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ଯାହାଦ୍ୱାରା ସରକାରଙ୍କ ନିଦ ଭାଙ୍ଗି ଯିବ ବୋଲି କହିଛନ୍ତି ଉପସ୍ଥିତ ଥିବା ସମସ୍ତ ବେପାରୀମାନେ ।