ମୁମ୍ବାଇ(ଏଟିଆର ବ୍ୟୁରୋ) : ଏବେ ଗ୍ରାହକଙ୍କୁ ମିଳିବ ୨୪ ଘଣ୍ଟା RTGS ସୁବିଧା । ଆଜି ରାତି ୧୨ଟା ୩୦ ରୁ ଏହି ସୁବିଧା ଉପଲବ୍ଧ ହେବ । ଏହି ନିୟମ ଆଜି ଠାରୁ କାର୍ଯ୍ୟକାରୀ କରାଯାଇଛି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ସବୁ ସମୟରେ ଏହି ଆରଟିଜିଏସ ଜରିଆରେ ୨ ଲକ୍ଷରୁ ଅଧିକ ଟଙ୍କା ସ୍ଥାନାନ୍ତାର କରିପାରିବେ ।
ଏହି ଆରଟିଜିଏସ ର ସବୁଠାରୁ ଖାସ କଥା ହେଲା ଆପଣ ଯେତେବେଳେ ଚାହିଁବେ ଟଙ୍କା ପଠାଇ ପାରିବେ ।ସାଧାରଣତଃ ଅଧିକ ଟଙ୍କା ପଠାଇବା ପାଇଁ ଏହାର ବ୍ୟବହାର କରାଯାଇଥାଏ । ଏବଂ କମ୍ ଟଙ୍କା ପଠାଇବା ପାଇଁ ଇଲୋକ୍ଟୋନିକ ଫଣ୍ଡ ଟ୍ରାନ୍ସଫର ବ୍ୟବହାର କରାଯାଇଥାଏ ।
ପୂର୍ବରୁ ଗ୍ରାହକମାନେ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ଛାଡି ବ୍ୟାଙ୍କର ସମୟସୀମା ସକାଳ ୭ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଟଙ୍କା ପଠାଇ ପାରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ନିୟମ ବଦଳିଯାଇଛି ।ଘରୋଇ କମ୍ପାନୀମାନେ ଏହି ସେବାର ଅଧିକ ଲାଭବାନ ହେବେ ବୋଲି ଜଣାପଡିଛି ।
ଦେଶରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୦ ହଜାର ବ୍ୟାଙ୍କ ଶାଖାରେ ଏହି ଆରଟିଜିଏସ୍ ର ସେବା ଉପଲବ୍ଧ ରହିଛି ବୋଲି ସୂଚନ ମିଳିଛି ।