ଭୁବନେଶ୍ୱର(ଏଟିଆ ବ୍ୟୁରୋ): କୁମ୍ଭମେଳାରୁ ଫେରୁଥିବା ଲୋକମାନେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି । କୁମ୍ଭମେଳା ଫେରନ୍ତାଙ୍କ ସଂପର୍କରେ ତାଲିକା ପ୍ରଦରନ କରିବା ପାଇଁ ଜିଲ୍ଲାପାଳ ଓ କମିଶନରେଟଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିସନର । ସେବାରେ ନିଜ ନିଜ ଘରେ ୧୪ ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ । ରେଳ ଓ ବିମାନରେ ଓଡିଶା ଆସିବା ପୂର୍ବରୁ ସେମାନଙ୍କୁ ଆରଟିପିସିଆର ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
କୁମ୍ଭମେଳାରେ ଭାଗ ନେଇଥିବା ବ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ କୁହାଯାଇଛି । ଏନେଇ ଆଶା ଓ ଅଙ୍ଗନବାଡିୱାର୍ଡ କର୍ମୀ କୁମ୍ଭମେଳା ଫେରନ୍ତାଙ୍କ ଘରକୁ ପରିଦର୍ଶନରେ ଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ । ଯଦି କୈାଣସି ବ୍ୟକ୍ତିଙ୍କଠାରେ କୋଭିଡ ଲକ୍ଷଣ ଦେଖାଦିଏ,ତେବେ ତାଙ୍କ ସହ ତୁରନ୍ତ ଯୋଗାଯୋଗ କରାଯିବ ।
କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଜକୁ ସ୍ୱେଚ୍ଛାକୃତ ଭାବେ ଆଇସୋଲେସନରେ ରଖିବା ସହ ସ୍ଥାନୀୟ ବିଡିଓ ବା ମ୍ୟୁନିସପାଲଟି କି ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଅବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ। ସେମାନେ କଡାକଡି ଭାବେ କୋଭିତ ନିୟମ ପାଳନ କରିବେ । ପ୍ରତ୍ୟେକ ଦିନ ଏହି ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ଓ ଏଆରସିଙ୍କ ଅଫିସକୁ ପଠାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।