କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ପାଟକୁରା ହାଇଭୋଲଟେଜ ନିର୍ବାଚନରେ ବାଜି ମାରି ନେଲେ ସାବିତ୍ରୀ ଅଗ୍ରୱାଲ । ବିଜୟଙ୍କୁ ବିଧାନସଭା ମଡେଇ ଦେଲେ ନାହିଁ । ୧୭୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଙ୍କୁ ପରାସ୍ତ କରଛନ୍ତି ସାବିତ୍ରୀ ।ଏହି ଅବସରରେ ବିଜେଡିରେ ଉତ୍ସବ ଦେଖିବାକୁ ମିଳିଛି । ବିଜେଡି କର୍ମୀ ସାବିତ୍ରୀ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ପ୍ରଥମ ରାଉଣ୍ଡରେ ବିଜେଡିକୁ ୬,୮୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଥଲା । ସେହିଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଗରେ ରହିଥିବା ବେଳେ ତାଙ୍କ ପଛରେ ବିଜୟ ମହାପାତ୍ର ଏବଂ ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ରହିଥିଲେ ।
ପୁରା ପଞ୍ଚମ ରାଉଣ୍ଡ ପର୍ଯ୍ୟନ୍ତ ଟ୍ରେଣ୍ଡ ସମାନ ରହିଥିଲା ବିଜେଡି ପ୍ରାର୍ଥୀ ଆଗରେ ରହିଥିଲେ । ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୮୬୭୩ ଖଣ୍ଡ ଭୋଟରେ ଆଗରେ ରହିଥିଲେ । ସବୁଠାରେୁ ବଡ କଥା ହେଲା ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ୧୦୦୦ ଭୋଟ ମଧ୍ୟ ପାଇ ପାରିନଥିଲେ । ମାତ୍ର କଂଗ୍ରେସ ୮୨୦ ଖଣ୍ଡ ଭୋଟ ପାଇଥିଲା । ସେହିଭଳି ୬ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦୫୨୫ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଥିଲେ । ୬ ରାଉଣ୍ଡରେ ବିଜେଡିକୁ ୩୬୬୧୨, ବିଜେପି ୨୬୦୮୦, କଂଗ୍ରେସ ୯୮୨ ଖଣ୍ଡ ଭୋଟ ମିଳିଥିଲା । କିନ୍ତୁ ଚାଳିଥିବା ଏହି ଟ୍ରେଣ୍ଡରେ ୧୧ ରାଉଣ୍ଡରେ ସାମାନ୍ୟ ପରି ବର୍ତ୍ତନ ଦେଖା ଯାଇଥିଲା ।
୧୧ ରାଉଣ୍ଡରେ ଦୁଇ ଶହ ଖଣ୍ଡ ଭୋଟରେ ଆଗରେ ରହିଥିଲେ ବିଜୟ । ମାତ୍ର ପୁରା ଭୋଟକୁ ଯଦି ନଜର ଦେବା ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୪ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଥିଲେ ୧୧ ରାଉଣ୍ଡ ସୁଦ୍ଧା । ୧୧ ରାଉଣ୍ଡରେ ବିଜେଡିକୁ ୪୮୬୮ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୫୦୯୯ ଖଣ୍ଡ ଭୋଟ, କଂଗ୍ରେସକୁ ମାତ୍ର ୬୮ ଖଣ୍ଡ ଭୋଟ ମିଳିଥିଲା । ମାତ୍ର ଏହା ୧୨ ରାଉଣ୍ଡରେ ପୁଣି ପରି ବର୍ତ୍ତନ ହୋଇଥିଲା । ପୂର୍ବପରି ସାବିତ୍ରୀ ଅଗ୍ରୱାଲ ଆଗୁଆ ହୋଇଥିଲେ । ୧୩ତମ ରାଉଣ୍ଡରେ ବିଜେଡିକୁ ୫୨୪୯ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦୦୮ଖଣ୍ଡ ଭୋଟ୍ ମିଳିଥିଲା ।
୧୪ତମ ରାଉଣ୍ଡରେ ବିଜେଡିକୁ ୪୯୨୭ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୧୬୮ଖଣ୍ଡ ଭୋଟ୍ ମିଳିଥିଲା । ୧୫ତମ ରାଉଣ୍ଡରେ ବିଜେଡିକୁ ୪୬୪୯ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୮୯୬ଖଣ୍ଡ ଭୋଟ୍ ମିଳିଥିଲା । ସେହିଭଳି ୧୬ ତମ ରାୁଣ୍ଡ ସୁଦ୍ଧା ବିଜେଡିକୁ ମୋଟ ଭୋଟ ୮୯୩୮୯, ବିଜେପି ୭୨୧୫୫, କଂଗ୍ରେସକୁ ୨୦୧୬ ଖଣ୍ଡ ଭୋଟ ମିଳିଥିଲା । ବିଜେପି ଗଡ କୁହାଯାଉଥିବା ଗରଦପୁର ଏବଂ ମାର୍ଶାଘାଇ ବ୍ଲକରେ ମଧ୍ୟ ବିଜେପିକୁ ଚେକ ଦେଇଛି ବିଜେଡି । ସେହିଭଳି ୧୭ ତମ ରାଉଣ୍ଡରେ ବିଜେଡିକୁ ୪୮୮୭ ଓ ବିଜେପିକୁ ୪୫୮୫ଖଣ୍ଡ ଭୋଟ ମିଳିଥିଲା । ଯାହାଫଳରେ ବିଜେଡିର ୯୪୨୭୬ ଖଣ୍ଡ ଭୋଟ, ବିଜେପି ୭୬୭୪୦ ଏବଂ କଂଗ୍ରେସ ୨୦୮୧ ଖଣ୍ଡ ଭୋଟ ମିଳିଥିଲା । ଶେଷ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୫୧୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୭୭୫୦୭ ଖଣ୍ଡ ଭୋଟ ଏବଂ କଂଗ୍ରେସକୁ ୨୦୯୦ ଖଣ୍ଡ ଭୋଟ ମିଳିଥିଲା ।