କଟକ ( ଏଟିଆର ବ୍ୟୁରୋ): ଗତ ୨୦୧୮ ମସିହା ଏପ୍ରିଲ ୨୧ ତାରିଖରେ ସାଲେପୁର ଜଗନ୍ନାଥ ପୁର ଗ୍ରାମରେ ହାଇଥିବା ୬ ବର୍ଷୀୟ ନାବାଳିକା ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ସ୍ୱତନ୍ତ୍ର ପୋସ୍କ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଗତକାଲି ମହମ୍ମଦକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଯାହାକୁ ନେଇ ସେ ସମୟରେ ରାଜ୍ୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୁକ୍ତକୁ ଉଚିତ ଶାସ୍ତି ଦେବାକୁ ରାଜ ରାସ୍ତାକୁ ଓହ୍ଲାଇଥିଲେ ଜନ ସାଧାରଣ ।
ସୂଚନାଯୋଗ୍ୟ ଗତ ବର୍ଷ ଏପ୍ରିଲ ୨୧ ତାରିଖରେ ଜଗନ୍ନାଥ ପୁର ଗ୍ରାମର ୬ ବର୍ଷର ନାବାଳିକା ପାଖ ଦୋକାନକୁ ସଉଦା ପାଇଁ ଯାଇଥିବା ବେଳେ ବାଟରେ ମହମ୍ମଦ ନାବାଳିକାକୁ ଚକଲେଟ ଲୋଭ ଦେଖାଇ ଗ୍ରାମ ପାଖରେ ଥିବା ଏକ ସ୍କୁଲ ବାରଣ୍ଡାରେ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଘଟଣାକୁ ଲୁଚେଇବାକୁ ନାବାଳିକାର ତଣ୍ଟିଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲା । ନାବାଳିକା ସଜ୍ଞା ହରାଇବାରୁ ସେଠାରୁ ସେ ଫେରାର ହୋଇଯାଇଥିଲା ।
ପ୍ରଥମେ ନାବାଳିକାକୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ନାବାଳିକାର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ପ୍ରଥମେ କିଛିଦିନ ପୋଲିସ ସହ ଲୁଚକାଳି ଖେଳିଥିଲା । ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ।