ସମ୍ବଲପୁର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ପାଇଁ ବିଭିନ୍ନ ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ଜାରି ରହିଛି । ତେବେ ଆଗକୁ ସମ୍ବଲପୁର ଗଣପର୍ବ ନୂଆଁଖାଇ ପର୍ବ ଆସିବାକୁ ଥିବା ବେଳେ ସହରରେ ସଟଡାଉନ ହେବ କି ନାହିଁ ତାହାକୁ ନେଇ ସସପେସ୍ ଜାରି ରହିଥିବା ବେଳେ ଆଜି ଏହା କୁ ନେଇ ସ୍ପଷ୍ଟି କରଣ ରଖିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ନିର୍ଦ୍ଦେଶ କ୍ରମେ, ଆସନ୍ତା ୧୫ତାରିଖ ଶନିବାର ସ୍ୱାଧୀନତା ଦିବସ ପଡୁଥିବାରୁ ଜିଲ୍ଲାରେ ଏହି ଦିନ ସଟଡାଉନ ହେବା ନାହିଁ ।
ସେହିପରି ଆଗକୁ ନୂଆଖାଇ ଆସିଥିବାରୁ ଆସନ୍ତା ୨୨ଓ ୨୩ ତାରିଖ ଜିଲ୍ଲାରେ ସଟଡାଉନ ହେବ ନାହିଁ । ବରଂ ୧୬ ଏବଂ ୧୭ ତାରିଖ ଯଥାକ୍ରମେ ରବିବାର ଓ ସୋମବାର ଜିଲ୍ଲାରେ ସଟଡାଉନ କରାଯିବ । ଅନ୍ୟପଟେ ସମ୍ବଲପୁରର ଗଣପର୍ବରେ ସଟଡାଉନ ନକରିବାକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ବରଗଡ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖି ନୂଆଖାଇ ପର୍ବ ପାଳନ କରିବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଥିଲେ ।
ସଟଡାଉନ ହେବନି ସମ୍ବଲପୁର
Tags #AtrNews #Odisha