ସମ୍ବଲପୁର (ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁର ଆଇଆଇଏମର ଶିଳାନ୍ୟାସ କରିବେ । ଶିଳାନ୍ୟାସ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , କେନ୍ଦ୍ର ପେଟ୍ରୋଲିୟିମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ସାମିଲ ହେବେ ।
ଆଜି ପୂର୍ବାହ୍ନ ୧୧ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ପ୍ରସ୍ତର ସ୍ଥାପନ କରିଛନ୍ତି । ସମ୍ବଲପୁର ଗୋଶାଳା ନିକଟସ୍ଥ ବସନ୍ତପୁର ନିକଟରେ ଆଇଆଇଏମ କ୍ୟାମ୍ପସ ପାଇଁ ୪୦୧.୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଆଇଆଇଏମ ଭଳି ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନରେ ଯୋଗଦାନ ପାଇଁ ଭାରତ ଗର୍ବ କରୁଛି ବୋଲି କହିଛନ୍ତି ।ଏହି ଅବସରରେ କର୍ମଚାରୀ , ଓ ଅଧ୍ୟାପକଙ୍କ ସମେତ ୫ ହଜାରରୁ ଉଦ୍ଧ୍ୱର୍ ବ୍ୟକ୍ତି ଅଂଶଗ୍ରହଣ କରିବେ ।ସମ୍ବଲପୁର ଆଇଆଇଏମ ରେ ଫ୍ଲିପଡ କ୍ଲାସରୁମ ପ୍ରଚଳନ କରିବା ଏହେ ହେଉଛି ଆଇଆଇଏମ ମଧ୍ୟରେ ପ୍ରଥମ ।
ଏହି କ୍ଲାସରୁମ ମାଧ୍ୟମରେ ମୈାଳିକ ଞାନ ଡିଜିଟାଲ ମାଧ୍ୟମରେ ଦିଆଯାିଥିବା ବେଳେ ଅନୁଭୂତି ଆଧାରରେ ଶିକ୍ଷାଦାନ ଉଦ୍ୟୋଗରୁ ଲାଇଭ ପ୍ରୋଜେକ୍ଟ ଜରିଆରେ ଶ୍ରେୀଣିଗୃହରେ ଦିଆଯିବ ।୨୦୧୯ ରୁ ୨୦୨୧ ଏମବିଏ ବ୍ୟାଚରେ ସର୍ବାଧିକ ୪୯% ପ୍ରତିଶତ ଛାତ୍ର ଛିତ୍ରୀ ଥିବା ବେଳେ ୨୦୨୦ ରୁ ୨୦୨୨ ଏମବିଏ ବ୍ୟାଚରେ ୪୩% ଛାତ୍ରୀ ରହିଛନ୍ତି ।