ସମ୍ବଲପୁର(ଏଟିଆର ବ୍ୟୁରୋ): ଗତ କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ମହୋତ୍ସବ । ଏହି ମହୋତ୍ସବ ଗତକାଲି ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମହୋତ୍ସବକୁ ସମ୍ବଲପୁର ସାଂସ୍କୃତି ପରିଷଦ ପକ୍ଷରୁ ଅୟୋଜିତ କରାଯିବ । ଏହି ଉତ୍ସବ ପାଇଁ ୧୭ ଲକ୍ଷ ଟଙ୍କାର ବ୍ୟୟ ଆକଳନ କରାଯାଇଛି । ଏହି ମହୋତ୍ସବରେ ୧୬୦୦ରୁ ଅଧିକ କଳାକାର ସମାଗମ ହେବେ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି ।
୮ ଦିନ ଧରି ଏହି ମହୋତ୍ସବରେ ଲୋକ କଳା ଓ ଆଞ୍ଚଳିକ ସଂସ୍କୃତିକୁ ପ୍ରଧାନ୍ୟ ଦିଆଯିବ । ରାଜ୍ୟ ତଥା ରାଜ୍ୟ ବହାର ପ୍ରାୟ ୨୦୦ ଷ୍ଟଲ ବ୍ୟବସାୟୀଙ୍କ ପାଇଁ ଆର୍କଷଣ ପାଲଟିବ ବୋଲି ଆଶା କରାଯାଉଛି । ଏଥି ପାଇଁ ବର୍ତ୍ତମାନ ସାରା ସମ୍ବଲପୁର ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି । ତେବେ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଇଜେତ ସିସି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଆଇସିସିଆର, ଓଡିଆ ଭାଷା ସାହିତ୍ୟ ସହଯୋଗିତାରେ ଏହା ଅନୁଷ୍ଠିତ କରାଯିବ ।